ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼
by Argus News
Sun, Feb 25 | 2:38 p.m.

ଅର୍ଗସ ବ୍ୟୁରୋ : ପୋଲିସଙ୍କୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ । ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼ । ଯୁବକଙ୍କୁ ଥାନା ଭିତରେ କଲେ ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ପରିସରରେ । ଶନିବାର ରାତ୍ରି ପ୍ରାୟ ୧୦ଟା ରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତ ରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । 

ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ । ତେବେ ପୋଲିସ୍ ୨ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଛି । ଏନେଇ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଢ଼ୀ କୁହଛନ୍ତି, କେହି କାହାକୁ ଚିହ୍ନି ନାହଁନ୍ତି । ସମସ୍ତେ ନିଶାସକ୍ତ ଅବସ୍ଥାରେ ରହିଥିଲେ । ତେଣୁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ସମୟରେ ଥାନାର ଉପରିସ୍ଥ ଅଧିକାରୀ କେଉଁଠି ଥିଲେ । ଥାନା ଭିତରେ ପସି ମାଡ଼ ମାରିବାକୁ ସାହସ ଦେଉଛି କିଏ । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ