24 ମହାଲଢ଼େଇ ପୂର୍ବରୁ ଅସ୍ତବ୍ୟସ୍ତ ବିଜେଡି
by Argus News
Mon, Feb 26 | 3:03 p.m.

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ମାସ। କିନ୍ତୁ ଡରରେ ତାଟିଆ କାମୁଡୁଛି ବିଜେଡି ଦଳ। କଣ କେମିତି କଲେ ଭୋଟ ପକେଟକୁ ଆସିବ ସେ ପାଇଁ ସବୁଠି ଲାଗିପଡ଼ିଛନ୍ତି ସରକାରଙ୍କ କୁଜି ନେତାମାନେ। କେବେ ଆସନ୍ତିନି ଆଉ ନିର୍ବାଚନ ପାଖେଇ ଆସିଲେ ସବୁ ବୁଝି ଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିଗଲେ କାଶିଆ କିଏ ନା କପିଳା କିଏ।

ପଞ୍ଚାୟତ ଅଫିସରେ ଭତ୍ତା ନେବାକୁ ଆସିଥିବା ହିତାଧିକାରୀଙ୍କ ଭିଡ଼। ରେଜିଷ୍ଟରରେ ଦସ୍ତଖତ ଓ ଟିପ ଦେଇ ଭତ୍ତା ଟଙ୍କା ନେଉଛନ୍ତି। ଟଙ୍କା ଗଣି ଦେଉଛନ୍ତି ପଞ୍ଚାୟତର ନିର୍ବାହୀ ଅଧିକାରୀ। ଖାଲି ଟଙ୍କା ନୁହେଁ ହିତାଧିକାରୀଙ୍କୁ ଧରାଇ ଦିଆଯାଉଛି ଶଙ୍ଖ ଚିହ୍ନ ଛପା ହୋଇଥିବା ଏ ଲିଫଲେଟ୍। ଦୃଶ୍ୟ ହେଉଛି କୋରାପୁଟ କୋଟିଆ ପୁଞ୍ଜ ଟାଉପଦରର। ନିର୍ବାଚନ ପୂର୍ବରୁ ନିରୀହ ଆଦିବାସୀଙ୍କୁ ଭତ୍ତା ଟଙ୍କା ସହ ବିଜେଡି ଚିହ୍ନ ଥିବା ଲିଫଲେଟ୍ ଧରାଇ କରାଯାଉଛି ପ୍ରଚାର। 
 କୋଟିଆ ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାର 1697ଜଣ ହିତାଧିକାରୀ ଅଛନ୍ତି। 4ଟି ସ୍ଥାନ କୋଟିଆ, ନେରିଡି ୱାଲସା, ଗଞ୍ଜେଇ ପଦର ଓ ଟାଉପଦର ଗାଁରେ ପିଇଓ ଓ ଗ୍ରାମ ରୋଜଗାର ସେବକ ଉପସ୍ଥିତ ରହି ଭତ୍ତା ଟଙ୍କା ବାଣ୍ଟିଛନ୍ତି। କିନ୍ତୁ ସରକାରୀ ଯୋଜନାରେ ଦଳୀୟ ପ୍ରଚାର ବାବଦରେ ପଚାରିବାରୁ ଲାଜେଇ ଯାଉଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ। 

ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ଚାଉଳ ନେଉଥିବା ହିତାଧିକାରୀଙ୍କୁ ଶଙ୍ଖ ଚିହ୍ନ ଲାଗିଥିବା ବ୍ୟାଗ୍ ବଣ୍ଟନର ଖବର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି ମୋଦି ସରକାର । କିନ୍ତୁ ହିତାଧିକାରୀଙ୍କୁ ଦୁଇଟି ଲେଖାଏଁ ବ୍ୟାଗ୍ ଦେଇ ଯୋଜନାର ଶ୍ରେୟ ନେବାକୁ ବିଜେଡିର ଉଦ୍ୟମକୁ ସାରା ରାଜ୍ୟରୁ ତୀବ୍ର ବିରୋଧ କରାଯାଉଛି। ଆଉ ଏବେ ବ୍ୟାଗ୍ ପରେ ଭତ୍ତା ବଣ୍ଟନ ସମୟ ମଧ୍ୟରେ କରାଯାଉଛି ଦଳୀୟ ପ୍ରଚାର। ଏଥିରୁ ସ୍ପଷ୍ଟ ହେଉଛି 24 ମହାଲଢ଼େଇ ପୂର୍ବରୁ ଭୋଟ୍ ପାଇଁ କେତେ ବ୍ୟସ୍ତ ଶାସକ ଦଳ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପବିତ୍ର ନୂଆଁଖାଇ
14m ago
ପବିତ୍ର ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ। ପବିତ୍ର ନୂଆଁଖାଇ ପର୍ବ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍
ନୂଆଁଖାଇରେ
21m ago
ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁର ଆସିବେ। କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର
କେମିତି କଟିବ
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ