ଜମିଲା ଛାଡ଼ଖାଇ : ଖେଳନା ଟଙ୍କା ଦେଇ ନେଇଗଲେ ୯ ହଜାର ଟଙ୍କିଆ ଛେଳି
by Argus News
Wed, Nov 29 | 8:12 p.m.

ଅର୍ଗସ ବ୍ୟୁରୋ : ଗତ କାଲି ଥିଲା ଛାଡ଼ଖାଇ । କିନ୍ତୁ ଗତକାଲି ମଙ୍ଗଳବାର ଥିବାରୁ କିଛି ଲୋକ ଖାଇ ନଥିଲେ ମାଛ-ମାଂସ । ଆଜି ବୁଧବାର ଆମିଷ ବାରି । ମାଂସ ଖାଇବାକୁ ମନ ବାଳାଇଥିଲା ଦୁର୍ବୃତ୍ତ ଜଣକ । କଣ କେମିତି ଖାଇବ ମାଂସ । ପାଖରେ ନ ଥିଲା ଧନ ଆଉ ସେହି ସମୟରେ ସଇତାନ ମଣ୍ଡରୁ ବାହାରିଥିଲା ସଇତାନ ବୁଦ୍ଧି । ସାହାରା ନେଲା ଜାଲ ନୋଟର । ଆଉ ବୃଦ୍ଧ ଜଣଙ୍କୁ ଜାଲ ନୋଟ ଦେଇ ଛେଳି ନେଇ ଚମ୍ପଟ ମାରିଲା ଠକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ଅଞ୍ଚଳର ହଜ ଗ୍ରାମରେ । ଛେଳି ବିକ୍ରି କରିବା ପାଇଁ ୯ହଜାର ଟଙ୍କା ମୁଲଚାଲ ହୋଇଥିବା ବେଳେ ୧୮ଟି ଜାଲ ୫୦୦ଟଙ୍କିଆ ନୋଟ ଦେଇ ଛେଳି ନେଇଯାଇଥିବା କହିଛନ୍ତି ଛେଳି ମାଲିକ ।

ସୂଚନା ଅନୁଯାୟୀ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ ବର୍ଷ ବୟସ୍କ ଗରିବ ବୃଦ୍ଧ । ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଚରାଉଥିଲେ । ଏତିକିବେଳେ ହଜରୁ ସିକୋ ଅଭିମୁଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ବ୍ୟକ୍ତି ଗୋଠରେ ଥିବା ଛେଳି  ନେବାପାଇଁ ମୂଲଚାଲ କରିଥିଲା । ଶେଷରେ ସେହି ଛେଳିଟିକୁ 9 ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା । 

୧୮ଟି ୫୦୦ ଟଙ୍କିଆ ନୋଟ ଦେଇ ସେହି ରାସ୍ତାରୁ ହିଁ ଅଚିହ୍ନା ଲୋକ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ନେଇ ଫେରାର ହୋଇ ଯାଇଥିଲା । ତେବେ ଏହି ଟଙ୍କା ଅସଲି ନା ନକଲି ବୃଦ୍ଧ ଜଣକ ପ୍ରଥମେ ଜାଣି ପାରିନଥିଲେ । 

 

ପରେ ବୃଦ୍ଧ ଜଣକ ସେହି ଟଙ୍କାକୁ ଆଣି ଗ୍ରାମର କିଛି ଲୋକଙ୍କୁ ଦେଖାଇଥିଲେ । ସେହି ନୋଟଗୁଡିକ ବଜାରରେ ମିଳୁଥିବା ପିଲାମାନଙ୍କ ନକଲି ଖେଳନା ଟଙ୍କା ହୋଇଥିବା ଜଣାପଡିଥିଲା । ତେବେ ବୟସ ଅଧିକ ହୋଇଥିବା ହେତୁ ବୃଦ୍ଧଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଠକାମି ଘଟଣାର ତଦନ୍ତ କରିବା ସହ ଠକକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଏଭଳି ଠକେଇ କେହି ପାଖଆଖର ବ୍ୟକ୍ତିବିଶେଷ ହିଁ କରିଥାଇ ପାରନ୍ତି ଓ ବିଶେଷକରି ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ