ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ
by Argus News
Mon, Mar 04 | 3:35 p.m.

ଅର୍ଗସ ବ୍ୟୁରୋ : ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲା । ମାମଲାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ହସ୍ତାନ୍ତର କରିଛି ଗୃହ ମନ୍ତ୍ରଣାଳୟ । ଏହାପର ଠାରୁ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ । ଏହି ମାମଲାକୁ ପୁଣି ଥରେ ରେଜିଷ୍ଟ୍ରେସନ କରି ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି ।

ଗତ ଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା । ସିସିଟିଭି ଯାଞ୍ଚ୍‌ କରିବାରୁ ପୋଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧରା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ ।

ଅଧିକ ପଢନ୍ତୁ : ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ

ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା । ବୋମାଟି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ । ଏହି ସମୟରେ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦଳ ଏହାର ଯାଞ୍ଚ ପାଇଁ ଶନିବାର ସକାଳେ ବିସ୍ଫୋରଣସ୍ଥଳରେ ପହଞ୍ଚିଥିଲେ ।

ଏନକାଉଣ୍ଟର
ଛତିଶଗଡ଼ ନାରାୟଣପୁରରେ ବଡ଼ ଧରଣର ଏନକାଉଣ୍ଟର
ଅର୍ଗସ ବ୍ୟୁରୋ: ଛତିଶଗଡ ନାରାୟଣପୁରର ଏହି ନକ୍ସଲ ଅପରେସନ କିଛି ଏମିତି ଢଙ୍ଗରେ ଆରମ୍ଭ ହୋଇଥିଲା । ନାରାୟଣପୁରର ଅବୁସମାଡ ଜଙ୍ଗଲରେ 50ରୁ 60ଜଣ ମାଓବାଦୀ ଲୁଚି ରହିଥିବାର ଖବର ପାଇଥିଲା ପୋଲି
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ଅର୍ଗସ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରା କରିବାକୁ ମୋଦି ଦେଇଥିଲେ ଆହ୍ବାନ । ଗୋଟିଏ ସମୟରେ ସାରା ଦେଶରେ ନିର୍ବାଚନ ନେଇ ଏବେ ପୁଣି ଗୋଟିଏ ପାଦ ଆଗକୁ ବଢିଲ
ବିଜେପି ସରକାର
ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି
ଅର୍ଗସ ବ୍ୟୁରୋ: ଜୁନ ୧୨ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ଦାୟିତ୍ବ ନେଇଥିଲା ବିଜେପି ସରକାର। ପ୍ରଥମ ଦିନରୁ ହିଁ ବଡ଼ ନିଷ୍ପତ୍ତି ନେଇ ଓଡ଼ିଶାବାସୀଙ୍କ ପ୍ରତି ନିଜ ପ୍ରତିବଦ୍ଧତାର ପରିଚ
ବିଜେଡି
ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି
ଅର୍ଗସ ବ୍ୟୁରୋ: ବିଜେଡିର ଇତିହାସ ଶେଷ ହୋଇଗଲାଣି । ବିଜେପି ସରକାର ଭଲ କାମ କରୁଛି । ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓଡିଶ
ମଲ୍ଟି କ୍ରୀଡ଼ା କମ୍ପ୍ଲ
ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ
ଅର୍ଗସ ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ। 1 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି କ୍ରୀଡ଼ା ଭିତ୍ତିଭୂମି। ଏହାସହ ଆଗକୁ ପ୍ରତି ଜିଲ୍ଲାର