ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ
by Argus News
Sun, Dec 10 | 10:03 p.m.

ଗଞ୍ଜାମ: ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ । ମାଟିରେ ମିଶିବ ବ୍ରିଟିସ୍ ଅମଳର କୋଠା । ଗଞ୍ଜାମ ବାର ଏସୋସିଏସନର ଇତିହାସ କୁହାଯାଉଥିବା ସର୍ବପୂରାତନ କୋଠା ମାଟିରେ ମିଶିଯିବ । ଯାହାକୁ ନେଇ ଆରମ୍ଭ ହୋଇଛି ସମସ୍ତ ଯୋଜନା । କୋର୍ଟ ପରିସରରେ ସ୍ଥାନ ଅଭାବ ହେଉ ଅବା ଓକିଲଙ୍କ ସଂଖ୍ୟା ବୃଦ୍ଧି କିମ୍ବା ବାର ଆସୋସିଏସନର ସଂପ୍ରସାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏନେଇ କିଛି ବରିଷ୍ଠ ଆଇନଜୀବୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968 ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940 ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରୀ କୋଠାକୁ ଭଙ୍ଗାଯିବ । ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ । 

ସେପଟେ ଯୋଜନା ମୁତାବକ 10 ହଜାର ବର୍ଗ ଫୁଟ ପରମିତ ଜାଗାରେ 4 ମହଲା କୋଠା ବିଶିଷ୍ଟ ପାଇଁ 20 କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କନଫରେନ୍ସ ହଲ୍ ସହିତ ଲିଫ୍ଟ ନିର୍ମାଣ କରାଯିବ । ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି । ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ତେବେ ଗଞ୍ଜାମ ବାର ଆସୋସିଏସନରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ