ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
by Argus News
Thu, May 09 | 9:56 a.m.

ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁର କାର୍ତ୍ତିକ ପ୍ରଧାନଙ୍କ ପୁଅ ସାଗର ପ୍ରଧାନ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ବାହାରିନ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି । ସେପଟେ ଗୋଟିଏ ବୋଲି ପୁଅକୁ ହରାଇ ଦୁଃଖରେ ପରିବାର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁଅର ଶବକୁ ଫେରାଇ ଆଣିବା ପାଇଁ ଅପିଲ କରିଛନ୍ତି ପରିବାର ଲୋକେ । ଶବକୁ ଭିଟାମାଟିକୁ ଆଣିବା ସହ ସହାୟତା ଯୋଗାଇବା ପାଇଁ ପରିବାର ତରଫରୁ ଗଞ୍ଜାମ ଜିଲ୍ଲପାଳ, ଏସପି ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଦାଦନଙ୍କ ପାଇଁ ଓଡ଼ିଶା ସରକାର କିଛି କରୁନଥିବା ବେଳେ କାମ କରିବାକୁ ଯାଇ ବିଦେଶରେ ଅକାଳରେ ଯାଉଛି ଜୀବନ । ସେପଟେ ମୃତ ସାଗରଙ୍କ ବାପା କାର୍ତ୍ତିକ ପ୍ରଧାନ ମଧ୍ୟ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଛନ୍ତି । 
 

IRAN PRESIDENT
16m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
46m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ