ବିଜେଡି ଛାଡ଼ି ବିଜେପିରେ ମିଶିଲେ ବୋଲି ହିଂସାତ୍ମକ ହେଲେ ବିଜେଡି କର୍ମୀ
by Argus News
Sat, Apr 27 | 7:29 p.m.

ଅର୍ଗସ ବ୍ୟୁରୋ : ବେଙ୍ଗଲ ମୁହାଁ ଓଡ଼ିଶା ରାଜନୀତି । ଭଦ୍ରକରେ ସୀମା ଟପିଲା ବିଜେଡିର ବର୍ବରତା । ଯାହା ଇତିହାସରେ ବର୍ଣ୍ଣିତ ମଧ୍ୟଯୁଗୀୟ ବର୍ବରତାର ସ୍ମରଣ କରାଇଛି । ଭଦ୍ରକ ଜିଲ୍ଲା ପିରହାଟ ଥାନା ସାଲପୁରରେ ଗାଁରେ ଦେଖିବାକୁ ମିଳିଛି ଏପରି ତାଲିବାନୀ ମାନସିକତା । ପିଲରରେ ବନ୍ଧା ହୋଇଥିବା ବାଇଧର ମାଝିଙ୍କର ଭୁଲ ଏଇଆ ଯେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ । ସେଥିପାଇଁ ଗାଁରେ ଥିବା ବିଜେଡିର ସମର୍ଥକ ସଂଘବଦ୍ଧ ଭାବେ ବାଇଧରଙ୍କୁ ମାଡ଼ମାରି ଏଠାରେ ବାନ୍ଧି ଦେଇଥିଲେ । ଏକଥା ଜଣିବା ପରେ ବାଇଧରଙ୍କ ସ୍ତ୍ରୀ ଝରଣା ମାଝି ଉଦ୍ଧାର କରିବାକୁ ଆସିଥିଲେ । 

ତେବେ ବିଜେଡି ସମର୍ଥକ ତାଙ୍କୁ ବି ଛାଡ଼ିନଥିଲେ । ମାଡ଼ ମାରିବା ସହ ଝରଣାଙ୍କ ଶୀଢୀ ଚିରିଦେଇଥିବା ଅଭିଯୋଗ କରିଛନ୍ତି ନିଜ ଝରଣା । ପୋଲିସକୁ ଖବର ପାଇଁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଶୁକ୍ରବାର ଝରଣା ମାଝି ପୀରହାଟ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏବେ ପ୍ରଶ୍ନ  ଉଠୁଛି ଯେଉଁ ଦଳ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ବକୁ ସାମିଲ ପାଇଁ ଓକିଲାତି କରୁଛି ଏହାକି ସେହି ଦଳର ଆଚରଣ । ଏହିପରି ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ବିଜେଡି ସୁପ୍ରିମୋ ? ଭଦ୍ରକ ପୀରହାଟର ଏହି ଘଟଣା ବିଜେଡି ତଥା ନବୀନଙ୍କ ଦୋମୁହାଁ ଚରିତ୍ର ସାମ୍ନାକୁ ଆଣିଛି । ଥାନାରେ ଅଭିଯୋଗର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? ନା ବିଜେଡି ସମର୍ଥକ ବୋଲି ସାହସ ଜୁଟାଇ ପାରୁନି ପୋଲିସ ? 

ସମ୍ବିଧାନ ମୁଖବନ୍ଧରେ
36m ago
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
39m ago
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍
ରତ୍ନ ଚୋରି ପ୍ରସଙ୍ଗ
42m ago
ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ