ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି
by Argus News
Thu, Feb 08 | 2:53 p.m.

ଅର୍ଗସ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି । ଭିଜିଲାନ୍ସ ଅଫିସରଙ୍କୁ ଦେଖାଇଲେ ନାଲି ଆଖି । ଆଉ ହେଲେ ମୁହିଁମୁହିଁ । ଭଦ୍ରକ ବ୍ଲକ ଅଧୀନସ୍ଥ ଗୁଜିଦରଡ଼ା ପଞ୍ଚାୟତରେ,  ବିଭିନ୍ନ କାମରେ ଦେଖାଯାଇଛି ଅନମିୟତା । ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ନେଇ କୋଟି କୋଟି ଟଙ୍କାର ବ୍ୟାପକ ଅନିୟମିତତା ଓ ଫଲସ ବିଲ ହୋଇଥିବାର ହୋଇଥିଲା ଅଭିଯୋଗ । ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । 

ତେବେ ଏହି ଦୁର୍ନୀତିର ଅଭିଯୋଗ ପାଇ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀ ମାନେ ଗୁଜିଦରଡ଼ା ପଞ୍ଚାୟତକୁ ଆସିଥିଲେ । ତାଙ୍କୁ ସରପଞ୍ଚଙ୍କ ନେତୃତ୍ୱରେ ସେଠାକାର ଲୋକ ମାନେ ତୀବ୍ର ବିରୋଧ କରି ଫେରାଇ ଦେଇଥିଲେ । ପୁଣିଥରେ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ପହଞ୍ଚିଥିଲେ । ଯାହାକୁ ସ୍ଥାନୀୟ ବିଜେଡ଼ି ସରପଞ୍ଚ ତୀବ୍ର ବିରୋଧ ମଧ୍ୟ କରିଛନ୍ତି ।

ଫଳରେ ଏହାକୁ ନେଇ ସରପଞ୍ଚ-ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମୁହାଁମୁହିଁ ହୋଇଥିଲେ । ତେଣୁ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେଣୁ ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ବାଲେଶ୍ୱର, ଯାଜପୁର ଓ ଟିଟିଲାଗଡ଼ରୁ ଆସିଥିବା ବୈଷୟିକ ଟିମ ଏହି ପଞ୍ଚାୟତର ବିଭିନ୍ନ ରାସ୍ତା କାର୍ଯ୍ୟରେ ମାନ ଖୋଳି ଦେଖିବା ସହିତ ମାପ ଚୁପ କାର୍ଯ୍ୟ ଆରମ୍ଭ କରିଛନ୍ତି ।

 

ତେବେ ଏହି ପଞ୍ଚାୟତରେ ୧୮ ଗୋଟି ପ୍ରକଳ୍ପର ରାସ୍ତା ଓ ଡ୍ରେନ ଆଦି ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କାର ଉର୍ଦ୍ଧ ମିଥ୍ୟା ବିଲ କରାଯାଇଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଅନୁଯାୟୀ ଆଜି ପ୍ରବଳ ବିରୋଧ ସତ୍ୱେ ଭିଜିଲାନ୍ସ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତ ପାଇଁ ଆସିଲା ବେଳେ କାହିଁକି ସରପଞ୍ଚଙ୍କୁ ଅବଗତ କରାଗଲା ନାହିଁ ବୋଲି ସରପଞ୍ଚ ପ୍ରଥମେ ବିରୋଧ କରିଥିବା କହିଥିଲେ । ଏ ତଦନ୍ତର ଦିଗ କୁଆଡ଼େ ଯିବ ତାକୁ ଦେଖିବାକୁ ବାକି ରହିଲା । ନା ଉପର ଅଧିକାରୀଙ୍କ ଚାପରେ ଚେପା ହୋଇଜିବ ଭିଜିଲାନ୍ସ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ