ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ
by Argus News
Fri, Sep 27 | 6:23 p.m.

ଭଦ୍ରକ: ସନ୍ଥିଆରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ 2 ପୋଲିସ୍‌ ଆହତ ହୋଇଛନ୍ତି । ଏକ ବିବାଦୀୟ ପୋଷ୍ଟକୁ ନେଇ ଅଞ୍ଚଳରେ ଉପୁଜିଛି ବିବାଦ । ବିବାଦକୁ ନେଇ ଗୋଟିଏ ସମ୍ପ୍ରଦାୟ ମେଳି କରୁଥିବା ସୂଚନା ମିଳିଛି । ମେଳି ଖବର ପାଇ ପୋଲିସ ଯାଉଥିବା ବେଳେ ହୋଇଛି ଆକ୍ରମଣ । ରାସ୍ତାରେ ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀ । ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିଥିବା ସୂଚନା । ପୋଲିସ ଉପରକୁ ମଧ୍ୟ ଟେକା ପଥର ଫିଙ୍ଗିଛନ୍ତି ସଂପୃକ୍ତ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 

ତେବେ ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ ଏକ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ । ପରେ ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳକୁ ଆସୁଥିବାବେଳେ ଉକ୍ତ୍ୟକ ଯୁବକ ମାନେ ପୋଲିସ ଉପରକୁ ମାଡ଼ ମାରିବା ସହ ଠେଲା ପଥର ଫୋପାଡ଼ି ଥିଲେ । ଏହି ମାଡ଼ରେ ଦୁଇ ପୋଲିସ ଆହତ ହୋଇଛନ୍ତି । 

 

ଆହୁରି ପଢନ୍ତୁ ଓଡିଶା ଖବର...


 

HYDERABAD
ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍
ISRAEL
ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ
ଅର୍ଗସ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6
ELECTIONS
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25