ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ?
by Argus News
Sun, Sep 22 | 6:31 p.m.

ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । ମେଜର ଗୁରୁଵଂଶ ସିଂଙ୍କ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ । ଦ୍ବିତୀୟ ଥର ପାଇଁ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି 5 ଘଣ୍ଟା ଧରି ପଚରାଉଚାରା କରିଥିଲା କ୍ରାଇମବ୍ରାଞ୍ଚ । 

ସେପଟେ ସାଇବର କମ୍ପ୍ଲେକ୍ସରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ -ଡିଜିପି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ହେଉଛି । ଭରତପୁର ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ଆଲୋଚନା ହେଉଥିବା ନେଇ ସୂଚନା ରହିଛି । 

ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ? ରାଜଧାନୀରେ ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ମାମଲା ଦିନକୁ ଦିନ ଗୋଳ ମାଳିଆ ହେବାରେ ଲାଗିଛି । ଆଉ ଏହାରି ଭିତରେ ଅଭିଯୋଗ ପଛର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ନିଲମ୍ବିତ 5 ପୋଲିସ କର୍ମଚାରୀଙ୍କ ସହ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । 

ଏଥିପାଇଁ କୋର୍ଟକୁ ଚିଠି ଲେଖିବ କ୍ରାଇମ ବ୍ରାଞ୍ଚ । ସେପଟେ ଆଜି ଦ୍ଵିତୀୟ ଥର 120 ବାଟାଲିଆନ ଯାଇ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ ଟିମ ।  ମାମଲାରେ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିଥିଲେ । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରି କମିଶନରଙ୍କୁ ଭେଟିବା ସହ 120 ବାଟାଲିଆନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ପୋଲିସଙ୍କ ପରିବାର ଓ କିଛି ସାମାଜିକ ସଂଗଠନ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା