ବିଚ୍ ରାସ୍ତାରେ ବିଜେଡି ଗୁଣ୍ଡା କରୁଛନ୍ତି ମହିଳାଙ୍କୁ ଅପମାନ୍
by Argus News
Thu, Apr 25 | 9:01 p.m.

ଅର୍ଗସ ବ୍ୟୁରୋ: ନାରାଦିଆ ସରକାରଙ୍କ ଖୋଲୁଛି ଭଦ୍ରମୁଖା । କହୁଛନ୍ତି ସଶକ୍ତିକରଣର କଥା, କରୁଛନ୍ତି ଅସଦାଚରଣ। ନା ପୋଲିସକୁ ମାନୁଛନ୍ତି ନା ପ୍ରଶାସନକୁ ଖାତିର କରୁଛନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ । ଗତ 22 ତାରିଖରେ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ଜୋନ-2ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରତ୍ନାବତୀ ସାହୁ ଏବଂ ଭଟଲି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ମାଆ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।  

ସୋହେଲା ବ୍ଲକର ଟୁଙ୍ଗିବାନ୍ଧଳି ଗାଁକୁ ଚୈତ୍ର ପୂଜା ପାଇଁ ଯାଇଥିବା ସମୟରେ ବିଜେଡି କର୍ମୀ ତାଙ୍କ ଗାଡି ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରତ୍ନାବତୀ ଦୀପ। ଏହାସହ ତାଙ୍କ ସାଥିରେ ଥିବା ଦିଲ୍ଲୀପ ବାବା ନାମକ ଜଣେ ସାଧୁ ମଧ୍ୟ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଇରାଶିଷ ଆଚାର୍ଯ୍ୟ ଏବଂ ରତ୍ନାବତୀ । 

ଅସଦାଚରଣ ଓ ଗାଳିଗୁଲଜ କରିଥିବା ସୋହେଲା ବ୍ଲକ ଟୁଙ୍ଗିବାନ୍ଧଳି ଗାଁର କାର୍ତ୍ତିକ ନାଗ ଓ ଅନନ୍ତ ବାରିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ରତ୍ନାବତୀ । ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁଠାରୁ ବଡ଼କଥା ବହୁ ଚର୍ଚ୍ଚିତ ଅମ୍ଭାଭୋନା ଥାନା ଭଙ୍ଗାରୁଜା ମାମଲାରେ କାର୍ତ୍ତିକ ଏବଂ ଅନନ୍ତ ମୁଦାଲା ଥିବା ବେଳେ ଏମାନଙ୍କ ବିରୋଧରେ ଲାଗିଛି 307, 395, 506, 427, 455, 148, 120b, 332, 353 ଭଳି ସଙ୍ଗୀନ ଦଫା । ତଥାପି ଖୁଲମଖୁଲା ବୁଲୁଛନ୍ତି ଆଉ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଏମାନେ। ଏମାନଙ୍କ ଉପରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ଥିବାରୁ ପୋଲିସ ମଧ୍ୟ ହାତ ମାରିବାକୁ ସାହସ କରୁନଥିବା ଚର୍ଚ୍ଚା ହେଉଛି। 

ନିର୍ବାଚନ ସମୟ, ଆଚରଣ ବିଧି ଲାଗୁ ହୋଇଛି। ଅତି ସମ୍ବେଦନଶୀଳ ସମୟରେ ଭଟଲିରେ ଆଇନଶୃଙ୍ଖଳାର ଉଡୁଛି ଧଜ୍ଜିଆ। ପୂଜା ପାଇଁ ଯାଉଥିବା ମହିଳା ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। 24 ବର୍ଷର ଶାସନରେ ବୋଧେ ଓଡ଼ିଶାବାସୀଙ୍କୁ ଏହା ହିଁ ମିଳିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...

LOW PRESSURE
30m ago
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି