ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
by Argus News
Sun, Dec 03 | 6:55 p.m.

କଟକ: ଜମୁଛି ବାଲିଯାତ୍ରା । ଦିନଠୁ ରାତି ସବୁବେଳେ ବାଲିଯାତ୍ରା ଦେଖିବାକୁ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍ । ବିଭିନ୍ନ ପ୍ରକାରର ଜିନିଷ କିଣିବା ସହ ଦୋଳିର ମଜା ନେଉଛନ୍ତି ଲୋକେ । ଯୁଆଡେ ଆଖି ବୁଲାଇବ ମନୋରଞ୍ଜନର ଖୋରାଗ । ହେଲେ ଏହାରି ଭିତରେ ବାଲିଯାତ୍ରାରେ ଦେଖିବାକୁ ମିଳିଛି ଭୂତ୍ ।  

ଆଜ୍ଞା ହଁ ବାଲିଯାତ୍ରାରେ ଭୂତ । ଲୋକେ ହେଉଛନ୍ତି ହଇରାଣ । ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ । ପୋଡା ମୁହଁ ସାଙ୍ଗକୁ ଅନ୍ଧାର ମଧ୍ୟରେ କରୁଛନ୍ତି ଲୋକଙ୍କୁ ହଇରାଣ ହରକତ । ତେବେ ଏହାର ବାସ୍ତବତା ହେଉଛି କଟକ ବାଲିଯାତ୍ରା ପଡିଆରେ ଏକ ଷ୍ଟଲ୍ ଯାହାର ନାଁ ଭୂତବଙ୍ଗଳା । ଯେଉଁଠି ଭୂତମାନଙ୍କର ଚାଲିଛି ରାଜ୍ । 

ଥରେ ସେହି ଷ୍ଟଲ୍ କୁ ପଶିଲେ ଡରିବା ଥୟ । ତେବେ ଏହାକୁ ନେଇ ଭୟରେ ଦେଖେଣାହାରି । ମଜା ସହ ଭୟ ମଧ୍ୟ ଲାଗୁଥିବା କହିଛନ୍ତି ଦର୍ଶକ । ତେବେ 30 ବର୍ଷ ଧରି ଏହି ଭୂତ ବଙ୍ଗଳା ଷ୍ଟଲ ବାଲିଯାତ୍ରାରେ ପଡି ଆସୁଛି । ଚଳିତବର୍ଷ ବ୍ୟାପର ସାମାନ୍ୟ ମାନ୍ଦା ରହିଥିଲାବେଳେ ଆଉ ଦୁଇ ଦିନ ବାଲିଯାତ୍ରା ରେ ନିଶ୍ଚୟ କିଛି ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଜମୁଛି କଟକ ବାଲିଯାତ୍ରା : ତୁର୍କୀ ଆଇସ୍କ୍ରିମ୍ ମଜା ନେଉଛନ୍ତି ଗ୍ରାହକ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ