ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ୍
by Argus News
Mon, Oct 28 | 4:03 p.m.

ଭୁବନେଶ୍ୱର: ଦୀପାବଳୀ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ । 300 କିଲୋରୁ ଅଧିକ ବାଣ ସାମଗ୍ରୀ ରଖିପାରିବେନି ଦୋକାନୀ । ଦୋକାନମାନଙ୍କ ମଝିରେ ଅତିକମରେ 3 ମିଟର ଦୂରତା ରହିବ । ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ । ଗାଇଡ଼ଲାଇନ ଅନୁଯାୟୀ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗକୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସାର୍ଟିଫାଏଡ ବାଣ କିଣିବାକୁ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି । 25ଟି ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ସ୍ଥାନ ଚିହ୍ନଟ କରଯାଇଛି । 465 ଟି ଆବେଦନ କରାଯାଇଛି, 200 ଜଣଙ୍କୁ ଅନୁମତି ଦିଆଯାଇଛି । 

ସେପଟେ ଦୀପାବଳି ପୂର୍ବରୁ କମିସନରେଟ ପୋଲିସର ବ୍ୟାପକ ରେଡ୍ । ବାଲିପାଟଣା ଅଞ୍ଚଳରେ ପୋଲିସ ପକ୍ଷରୁ ରେଡ କରାଯାଇଥିଲା । ଗତକାଲି ଦୁଇଟି ମାମଲା 457/458 ରେ କେସ୍ ରୁଜୁ କରାଯାଇଛି । ବାଣ ତିଆରି କରିବା ସାମଗ୍ରୀ ଜବତ କରାଯାଇଛି । 150 କେଜିରୁ ଅଧିକ ଗନ୍ ପାଉଡ଼ର ଜବତ କରାଯାଇଛି । ଏହାସହ 50 କେଜି ଡ଼ଷ୍ଟ ପାଉଡ଼ର ଜବତ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଚନ୍ଦ୍ରଶେଖର ମଲିକ ଏବଂ ବିଶ୍ୱନାଥ ମଲିକ । ଜବତ ବାଣ ସାମଗ୍ରୀ ମୂଲ୍ୟ 30 ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । 

ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ସହ ସବୁଜ ବାଣ ଫୁଟେଇବାକୁ ରାଜଧାନୀବାସୀଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି । 

PROJECT
now
ପୁନରୁଦ୍ଧାର ଅପେକ୍ଷାରେ ଫୁଲଝରି ଜଳସେଚନ ପ୍ରକଳ୍ପ
ଅର୍ଗସ ବ୍ୟୁରୋ: ଫୁଲଝରି ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ମୁଖ୍ୟ ଗେଟ୍ ସମ୍ପୂର୍ଣ୍ଣ ଭାବରେ ପଙ୍କରେ ପୋତି ହୋଇ ଯାଇଥିବା ବେଳେ ଏହାର ସଟର ସବୁ ଦୂର୍ବୁତ ମାନେ ଭାଙ୍ଗି କ
ବରଫି
2m ago
ଦୀପାବଳିରେ ଘରେ କରନ୍ତୁ ଏହି ବରଫି
ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ
ଲବଙ୍ଗ ପାଣି
6m ago
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଲବଙ୍ଗ ପାଣି
ଅର୍ଗସ ବ୍ୟୁରୋ: ଖରାପ ଜୀବନଶୈଳୀ ଓ ପାଗର ପରିବର୍ତ୍ତନ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ରହିବାକୁ, ଆପଣ ଔଷଧ ସହି