ଦୀପାବଳିରେ ଘରେ କରନ୍ତୁ ଏହି ବରଫି
by Argus News
Mon, Oct 28 | 5:50 p.m.

ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୀପାବଳି ସମସ୍ତଙ୍କ ଘରେ ଅନେକ ପ୍ରକାରର ଭଳିକି ଭଳି ମିଠା ପ୍ରସ୍ତୁତ ହେବ । ତେବେ ଏଥର ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ ଓ କମ୍‌ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା। ଏହାକୁ ଅନ୍ୟମାନଙ୍କୁ ଖୁଆନ୍ତୁ ଆଉ ନିଜେ ଖାଆନ୍ତୁ । ଆସନ୍ତୁ, ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ। 
ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, ଗୁଆ ଘିଅ, ଚିନି,  ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମୁଗ ଡାଲି ୧ କପ୍‌କୁ ଗ୍ରାଇଣ୍ଡିଂ କରି ଭଲ ଭାବେ ପାଉଡ଼ର କରି ଦିଅନ୍ତୁ । କରେଇରେ ଏକ କପ୍‌ରେ ଅଧାରୁ କମ୍‌ ଗୁଆ ଘିଅ ପକାଇ ତାହାକୁ ଗରମ କରନ୍ତୁ। ଏବେ ସେଥିରେ ମୁଗ ଡାଲି ପାଉଡ଼ର ପକାଇ ସିମ୍‌ ଆଞ୍ଚରେ ଭାଜନ୍ତୁ। ଏହା ଭଲ ଭାବେ ଭାଜି ହୋଇଯିବା ପରେ ଗ୍ୟାସ୍‌ରୁ ବାହାର କରିଦିଅନ୍ତୁ ।

ଅନ୍ୟ ଏକ ପାତ୍ରରେ ୧ କପ୍‌ ଚିନିରେ ଅଧ କପ୍‌ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେବା ପରେ ସେଥିରେ ମୁଗ ଡାଲି ପାଉଡ଼ରକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଜନ୍ତଣ ।

ଏବେ ତାହାକୁ ଏକ ପାତ୍ରରେ ବାହାର କରି ନିଜ ପସନ୍ଦର ଆକାର ଦିଅନ୍ତୁ। ତାହା ଉପରେ ନିଜ ପସନ୍ଦର ଡ୍ରାଏ ଫ୍ରୁଟ୍ସ ପକାଇ ସଜାଇ ଦିଅନ୍ତୁ। ପ୍ରାୟ ଘଣ୍ଟାଏ ପରେ ତାହାକୁ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗ ଡାଲି ବରଫି ।

 

ବାତ୍ୟା ପରେ ବନ୍ୟା
7m ago
କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର
ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ । କେଇ ଘଣ୍ଟାର ଝଡ଼ ପବନ ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ଅନେକ କ୍ଷୟକ୍ଷତି କଲା। ବାତ୍ୟା ଯିବା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ବନ୍ୟାର କଷଣ। ପ୍ରବଳ ବର୍ଷ
GOVERNMENT
15m ago
ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନା
VIGILANCE
46m ago
୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର
ଅର୍ଗସ ବ୍ୟୁରୋ: ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟ