ଅଳିଆ ଗନ୍ଧରୁ କେବେ ମିଳିବ ମୁକ୍ତି, ନର୍କ ପାଲଟିଛି ରାଜଧାନୀବାସୀଙ୍କ ଜୀବନ
by Argus News
Thu, Dec 07 | 6:37 p.m.

ଅର୍ଗସ ବ୍ୟୁରୋ : ଯେମିତି କିଏ ନିଶା ଔଷଧ ଦେଇ ଶୁଆଇ ଦେଇଛି ଆଉ ନିଦରୁ ଉଠୁନି ବିଏମସି । ବିଏମସିର ସବୁଜ ସୁନ୍ଦର ନାରା ଏହି ଅଳିଆ ପାହାଡ଼ରେ କେଉଁଠି ହଜିଯାଇଛି । ଗାଢ଼କଣ ଅଞ୍ଚଳର ଏହି  ଅସ୍ଥାୟୀ ଡମ୍ପିଂୟାର୍ଡର ଗନ୍ଧ ନାକ ଫୁଲାଇ ଦେଉଛି । ଟିକେ ମୃଦୁ ପବନ ହେଲେ ବାସ୍ ସରିଗଲା କଥା, ଗୋଟେ ବୋତଲ ଅତର ମାରିଲେ ବି କାମ ଦେଉନି । ଏହି ଫେଲ୍ ଯୋଜନା ଏବଂ ଏହି ପହାଡ଼ ନିର୍ମାଣର ଯୋଜନା ପଛରେ ଥିବା ବିଚକ୍ଷଣ ବୁଦ୍ଧିଙ୍କୁ କେଉଁ ସମ୍ମାନରେ ସମ୍ମାନିତ କରାଯିବ ୟା ଉପରେ ବୋଧେ ଗବେଷଣା ଚାଲିଥିବ । 

ଏପଟେ ବିଜେପି ୧୦ ଦିନ ହେଲା ସତ୍ୟାଗ୍ରହ କରୁଛି, ବାସ୍ ଗୋଟିଏ ଦାବି ଗାଢକଣା ଲୋକଙ୍କ ଜୀବନକୁ ନର୍କରୁ ବାହାର କରିବା । ହେଲେ ସ୍ଥାଣୁ ଭୁବନେଶ୍ବର ମହାନଗର ନିଗମ । ବିଏମସିର କେତେ ସୁନ୍ଦର ସୁନ୍ଦର ନାରା ।  ହେଲେ ନାରା ଆଉ କାମ ଭିତରେ ଆକାଶ ପାତାଳ ଫରକ। ଘରେ ଦୁଇଦିନ ଅଳିଆ ରହିଗଲେ ବଞ୍ଚିବା ମୁସ୍କିଲ ହେଇଯାଉଛି । 

 

ତେବେ ଭୁବନେଶ୍ବରକୁ ବିଏମସି ଦେଇଥିବା ଏହି ପାହାଡ଼କୁ ଦେଖନ୍ତୁ ଆଉ ଚିନ୍ତା କରନ୍ତୁ କେମିତି ରହୁଥିବେ ଲୋକେ । ମେୟର ଠାରୁ ଆରମ୍ଭ କରି କମିଶନର ପର୍ଯ୍ୟନ୍ତ ସମସ୍ତେ ନକ୍ସା ତିଆରି କରିବାରେ ବ୍ୟସ୍ତ । ହେଲେ ଏପଟେ ନକ୍ସାକୁ ପଛରେ ପକାଇ ଆକାଶ ଛୁଇଁବାକୁ ଯାଉଛି ଅଳିଆ ପାହାଡ଼ ।  ତେବେ କେବେ ଉଠୁଛି ଅଳିଆ ପାହାଡ଼, କେବେ ଭାଙ୍ଗୁଛି ବିଜେପିର ସତ୍ୟାଗ୍ରହ ତାହା ଦେଖିବାକୁ ଅପେକ୍ଷା ରହିଲା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ