ସ୍ଥାୟୀ ସମାଧାନ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହରେ ଭୁବନେଶ୍ବର ବିଜେପି
by Argus News
Wed, Nov 29 | 6:29 p.m.

ଅର୍ଗସ ବ୍ୟୁରୋ : ଦୀର୍ଘ ଦିନ ଧରି ରାଜଧାନୀ ଭୁବନେଶ୍ଵର ଗାଢକଣ ଡମ୍ପିଂୟାର୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ପୂର୍ବରୁ ଇଛାମୃତ୍ୟୁ ପାଇଁ ଦାବି କରିଥିଲେ । ଆବର୍ଜ୍ଜନାର ଦୁର୍ଗନ୍ଧ କାରଣରୁ  ପ୍ରଭାବିତ ହୋଇଛି ଜନଜୀବନ, ଛୋଟଛୁଆ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତିମାନେ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । 

 

ଦୁର୍ଗନ୍ଧ ହେତୁ ସ୍କୁଲ, ମନ୍ଦିର ଅବା ପାର୍କ ଯିବାକୁ କୁଣ୍ଠାବୋଧ କରୁଛନ୍ତି ସ୍ଥାନୀୟ ଜନସାଧାରଣ । ଏହାକୁ ନେଇ ତେଜିଛି ରାଜନୀତି, ଭୁବନେଶ୍ଵର ଜିଲ୍ଲା ବିଜେପି ଏନେଇ ପୂର୍ବରୁ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥଲା। ଏବେ ପୁଣି ସ୍ଥାୟୀ ସମାଧାନ ଦାବିରେ ସତ୍ୟାଗ୍ରହ ଆରମ୍ବ କରିଛି । ଅନ୍ୟପଟେ ଦୁର୍ଗନ୍ଧରୁ ରାଜଧାନୀ ବାସିନ୍ଦାଙ୍କୁ ମୁକ୍ତି କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରିବାକୁ ଯାଉଛି ବାୟୋମିଥେନ ଗ୍ୟାସ୍ ପ୍ଲାଣ୍ଟ । 

ଅନ୍ୟପଟେ ବିଏମ୍ସିର ଦୃଷ୍ଟି ଆକର୍ଷଣ ପାଇଁ ଅତିଷ୍ଠ ସ୍ଥାନୀୟ ଲୋକେ କେତେବେଳେ ମଲମ୍ ବାଣ୍ଟି ତ ଆଉ କେତେବେଳେ ମାସ୍କ ବାଣ୍ଟି ବିରୋଧ କରିଛନ୍ତି । ଗତକାଲି ଠାରୁ ଭାରତୀୟ ଜନତା ପାର୍ଟି ସହ ସ୍ଥାନୀୟ ଜନସାଧାରଣମାନେ ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ