ଏକ ତରଫା ପ୍ରେମର କରୁଣ କାହାଣୀ
by Argus News
Mon, Mar 18 | 6:47 p.m.

ଅର୍ଗସ ବ୍ୟୁରୋ : ଏକ ତରଫା ପ୍ରେମର କରୁଣ କାହାଣୀ । ମହିଳାଙ୍କୁ ପାଇବାକୁ ସ୍ୱାମୀକୁ ରାସ୍ତାରୁ ହଟେଇଲା ହତ୍ୟାକାରୀ । ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ନୂଆସାହି ନିକଟ ମହଲା ସାହିର ଅକ୍ଷୟ ମାଝୀଙ୍କୁ ଗତକାଲି ରାତିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅକ୍ଷୟଙ୍କ ମୃତ୍ୟୁ ଘଟିଛି । 

ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ପରେ ଏକ ନିଛାଟିଆ ଜାଗାରେ ପକାଇ ଦେଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ନେଇଥିଲେ । ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀ ମାଝୀ ଆଜି ବାଲିପାଟଣା ଥାନାରେ କରିଛନ୍ତି ଅଭିଯୋଗ । ଅଭିଯୋଗ ଅନୁସାରେ ଏକତରଫା ପ୍ରେମ କାରଣରୁ ହୋଇଛି ଅକ୍ଷୟଙ୍କ ହତ୍ୟା । ପୂର୍ବରୁ ଅକ୍ଷୟଙ୍କ ସ୍ତ୍ରୀକୁ ସ୍ଥାନୀୟ ଗାଁର ଦିଲୁ ନାମକ ଯୁବକ ବାରମ୍ବାର ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇଥିଲେ। ଏହାକୁ ବିରୋଧ କରିଥିଲେ ଅକ୍ଷୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରେ ଅକ୍ଷୟ ଏବଂ ଦିଲୁ ହାତାହାତି ମଧ୍ୟ ହୋଇଥିଲେ। ସେହି ରାଗ ରଖି ଦିଲୁ ଏଭଳି କାଣ୍ଡ ଭିଆଇଛି ବୋଲି ବୋଲି ଚର୍ଚ୍ଚା ହେଉଛି । ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟନାରାୟଣ ପାଢ଼ୀ । ଏକ ତରଫା ପ୍ରେମ ନା ଅନ୍ୟ କୌଣସି କାରଣରୁ ହତ୍ୟା ତାହା ତଦନ୍ତ ପରେ ଜଣା ପଡିବ। 

LOW PRESSURE
10m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
18m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
22m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍