ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ କୋର୍ଟ 
by Argus News
Wed, Oct 02 | 7:54 p.m.

ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ ଭୁବନେଶ୍ବର SDJM କୋର୍ଟ । ରାଜ୍ୟପାଳଙ୍କ ଅନୁମତି ମିଳିବା ପରେ ଉଭୟ ନବୀନ, ପଣ୍ଡିଆନଙ୍କ ନାଁରେ ରୁଜୁ ହେବ ଅପରାଧିକ ମାମଲା । 

ଶହ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାକୁ ନେଇ କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ  ଥାନାର ଦ୍ବାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି । ଚାଟାର୍ଡ ଓ ହେଲିକପ୍ଟରରେ ବୁଲି ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ କିଏ ଦେଇଥିଲା ଅନୁମତି ଓ କାହିଁକି ପଣ୍ଡିଆନ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହା ବିରୋଧରେ ଥାନାରେ ମାମଲା ରୁଜୁ ନ ହେବା ଫଳରେ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ସୁଧିର ମହାନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି । ସେପଟେ ଅପରାଧିକ ମାମଲା ରୁଜୁ କରି ସରକାର ତଦନ୍ତ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।
 

NAVEEN PATNAIK
13m ago
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ