ସିଜୁଛି ସାରା ଓଡ଼ିଶା : ଡହ ଡହ ଖରା ସାଙ୍ଗକୁ କଲବଲ କରୁଛି ତାତି
by Argus News
Tue, Apr 02 | 5:50 p.m.

ଅର୍ଗସ ବ୍ୟୁରୋ : ଡହ ଡହ ଖରା ସାଙ୍ଗକୁ କଲବଲ କରୁଛି ତାତି । ସ୍ଥିତି ଏମିତି ଯେ, ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଦିନକୁ ଦିନ ଉପରମୁହାଁ ହେଉଛି ପାରଦ । ଉପକୂଳରୁ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ଆଜି ଦିନ ଅଢେଇଟା ସୁଦ୍ଧା ପାଖାପାଖି ୪୦ ଡିଗ୍ରୀ ଛୁଇଁଛି ୮ ସହରର ତାପମାତ୍ରା । 

କେନ୍ଦୁଝରରେ ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୯.୨, ଝାରସୁଗୁଡାରେ ୩୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଉରକେଲାରେ ୩୮.୬, ଚାନ୍ଦବାଲିରେ ୩୮. ୪, ବାଲେଶ୍ବରରେ ୩୭.୭, ଭୁବନେଶ୍ବରରେ ୩୭.୨ ଡିଗ୍ରୀ ଛୁଇଁଛି ପାରଦ । 

ଦିନକୁ ଦିନ ତାପମାତ୍ରାରେ ଅସ୍ବାଭାବିକ ଭାବେ ପରିବର୍ତ୍ତନ ଘଟୁଛି । ବର୍ଷକ ୧୨ ମାସରୁ ଅଧିକାଂଶ ସମୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ତାତି ଅନୁଭୁତ ହେଉଛି । ସାଧାରଣତଃ ଏପ୍ରିଲ୍, ମେ' ମାସରେ ତାତି ଅଧିକ ରହିଥାଏ । ଏଭଳି ବଦଳୁଥିବା ପାଣିପାଗର ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପରିବେଶବିତ୍ । 

ଅଧକ ପଢନ୍ତୁ ଓଡ଼ିଶା ଖବର 

ଗ୍ରୀନ ହାଉସ୍ ଇଫେକ୍ଟ, ଅତ୍ୟଧିକ ଏସିର ବ୍ୟବହାର କାରଣରୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଉଛି । ୨୦୨୩ ଅପେକ୍ଷା ୨୦୨୪ର ତାପମାତ୍ରା ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି ପରିବେଶବିତ୍ । ଆଜିର ମଣିଷ ଆଧୁନିକତାରେ ମସଗୁଲ ହୋଇ ଭବିଷ୍ୟତର ସ୍ବପ୍ନ ଦେଖୁଛି ହେଲେ, ପରିଣାମ ସ୍ବରୂପ ବଢ଼ିଚାଲିଛି ଗଛକଟା, ପ୍ରଦୂଷଣ । ପରିବେଶକୁ ସୁରକ୍ଷା ଦେବ କିଏ ? କିଭଳି ହେବ ପରିବେଶ ସନ୍ତୁଳନ ? ଯାହା ଏବେ ଏକ ବଡ଼ ଚିନ୍ତାର କାରଣ ।
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି