ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ
by Argus News
Sat, Nov 04 | 11:52 a.m.

ଅର୍ଗସ ବ୍ୟୁରୋ:  ଛତିଶଗଡ଼ରେ ନିର୍ବାଚନ ପୂର୍ବରୁ ବଡ଼ ଟଙ୍କା କାରବାରର ପର୍ଦ୍ଦାଫାସ୍ ପରେ ଅଡୁଆରେ ପଡିଛି ସ୍ଥାନୀୟ କଂଗ୍ରେସ ସରକାର। ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁ । ଇଡିର ଦାବି ଆପ ପ୍ରମୋଟରଙ୍କଠୁ ବାଘେଲ ନେଇଛନ୍ତି 508 କୋଟି ଟଙ୍କା। ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ। ଇଡି ଦାବି କରିଛି ଯେ, ୟୁଏଇରୁ ମହାଦେବ ବେଟିଂ ଆପ୍ ମାଲିକଙ୍କଠାରୁ ଭୂପେଶ ବାଘେଲ ୫୦୮କୋଟି ଟଙ୍କା ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ: ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ

ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପ‌ରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି। ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି। ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍‌ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା।

ଭାରତ ଖବର ଆହୁରି ପଢନ୍ତୁ

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ