ପଶ୍ଚିମ ଓଡିଶାରେ ପାଓ୍ବାର ଶୋ ପାଇଁ ବିଜେପିର ବଡ ପ୍ରସ୍ତୁତି
by Argus News
Sat, Jan 27 | 4:31 p.m.

ଅର୍ଗସ ବ୍ୟୁରୋ: ଫେବୃଆରୀ 3 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ସେହପରି ଦଳୀୟ ସଭାରେ ଲାକ୍ଷାଧିକ ଲୋକଙ୍କୁ ବି ସମ୍ଭୋଧିତ କରିବାର ରହିଛି କାର୍ଯ୍ୟକ୍ରମ। ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ  । ନେତାଙ୍କ ଠୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ସ୍ବାଗତ ପାଇଁ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି।

ସେପଟେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ  ଓଡିଶାକୁ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ  । କାରଣ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା। ବିଧାନସଭାରେ  କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି। 

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ଆଉ ଯାହାକୁ ନେଇ ବିଜେପିର ସଫଳତାର ଯାତ୍ରା ଆହୁରି ମଜଭୁତ ହୋଇଥିବା ଆକଳନ କରାଯାଉଛି । ତେବେ ମୋଦିଙ୍କ ଏହି ଗସ୍ତ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । 

ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି 2019 ନିର୍ବାଚନରେ 5 କୁ 5 ଲୋକସଭା ଆସନ ହାତେଇ ଥିଲା। ମୋଦି ଏବେ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରରେ ଦେବେ ଉଦବୋଧନ। ରାଜ୍ୟରେ ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ଦଳ ବହୁତ ଭଲ ପ୍ରଦର୍ଶନ କରିବା ନେଇ  ଜଳ ଜଳ ଦିଶୁଛି। ମୋଦିଙ୍କ ଜନପ୍ରିୟତାରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ପ୍ରଭାବ ପଡିବ ବୋଲି ଦୃଢୋକ୍ତି କରୁଛନ୍ତି ବିଜେପି ନେତା ଓ କର୍ମୀ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର