ଜମି ଦୁର୍ନୀତି ମାମଲାରେ ଫଶିବେ କି ଅଚ୍ୟୁତ ?
by Argus News
Mon, Jun 24 | 8:52 p.m.

ଅର୍ଗସ ବ୍ୟୁରୋ : ଦିଲ୍ଲୀରୁ ଚିଠି ଆସିଲା, ଭୁବନେଶ୍ଵରରେ ହଲଚଲ ହେଲା । ଖାଲି ହଲଚଲ ହେଲା ତାହା ନୁହେଁ ବରଂ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ହୋସ୍‌ ଉଡ଼ିଲା । ଜୁନ୍ ୨୧ର ଇଏ ସେଇ ଚିଠି... ଯାହାକି ଜୋରଦାର ଝଟକା ଦେଇଛି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ଵର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- 'କିସ୍' କୁ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । ଯାହାକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । 

କିସ୍‌କୁ ନେଇ କେନ୍ଦ୍ର ସରକାର ଦେଲେ ଚିଠି । ଆଉ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି କି, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏସବୁ ଭିତରେ ସାମ୍ନାକୁ ଆସିଛି ଗତ ଫେବୃଆରୀ ୨୧ର ଆଉ ଏକ ଚିଠି । ଯେଉଁଥିରେ କିସ୍‌କୁ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ଏବଂ ପରେ କେତେକ ସର୍ତ୍ତ ଅନୁପାଳନ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଲେଖିଥିଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ । ଦୁଇଦୁଇଟି ଚିଠି ଆସିବା ଚର୍ଚ୍ଚା ହେଉଛି କି ଜଙ୍ଗଲ ଜମିରେ ହୋଇଛି କିଛି ହେରଫେର ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ଵର ପଥରଗାଡ଼ିଆ ମୌଜାରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରିବା ନେଇ କିସ୍ ବିରୋଧରେ ୨୦୧୬ରେ NGTରେ ଅଭିଯୋଗ ହୋଇଥିଲା । ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୧ରେ ଅନ୍ତରୀଣ ରାୟ ଦେଇଥିଲେ NGTର କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ଜୋନ୍ । କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରି, ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT । କେବଳ ଏତିକି ନୁହେଁ, ଅନୁମତି ନମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ଯ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ NGT । ହେଲେ ଏହାକୁ ଖାତିର ନକରି ବେଆଇନ କୋଠା ନିର୍ମାଣ କରିଚାଲିଥିଲା ସଂପୃକ୍ତ ସଂସ୍ଥା । ଏନେଇ ବାରମ୍ବାର ଅଭିଯୋଗ ବି ହୋଇଥିଲା । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, କିସ୍‌ ହେଉଛି ଆଦିବାସୀ ପିଲାଙ୍କ ପାଇଁ ଭୁବନେଶ୍ଵରରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ । ଏହା ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ, ପ୍ରଶ୍ନ ଉଠୁଛି- ଆଦିବାସୀ ପିଲାଙ୍କ ପାଠପଢା ଆଳରେ ଜଙ୍ଗଲ ଜମି ହଡ଼ପ କରିବାକୁ ଚାହୁଁଛନ୍ତି କି ଅଚ୍ୟୁତ ସାମନ୍ତ ? ସରକାରୀ ଦଳର ସାଂସଦ ଥିବା ବେଳେ କରିଛନ୍ତି କି କ୍ଷମତାର ଅପବ୍ୟବହାର ? ବର୍ଷ ବର୍ଷ ଧରି କାହିଁକି ଏନ୍‌ଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ତତ୍କାଳୀନ ବିଜେଡି ସରକାର? କେବେ ହେବ କାର୍ଯ୍ୟାନୁଷ୍ଠାନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପୂର୍ବ ସରକାର ଥିବା ବେଳେ ଦଳୀୟ ନେତା ମନମାନି କରୁଥିଲେ । ଖାଲି ମନମାନି କରୁଥିଲେ ତାହା ନୁହେଁ ବରଂ ମନଇଚ୍ଛା ଜମି ଜାଲିଆତି ବି କରୁଥିଲେ । ଯାହାର ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛି । ତେବେ ସମୟ କହିବ କେବେ ଏମାନଙ୍କ ବିରୋଧରେ ହେଉଛି ଆକ୍ସନ ?
 

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର