ଛତିଶଗଡ଼ ବିଜାପୁରରେ ୩୬ ଘଣ୍ଟାର ବଡ଼ ଅପରେସନ
by Argus News
Wed, Apr 03 | 7:27 p.m.

ଅର୍ଗସ ବ୍ୟୁରୋ : ଛତିଶଗଡ଼ କରଚୋଲି ଜଙ୍ଗଲରେ ସୋମବାରଠୁ ଚାଲିଥିଲା ବଡ଼ ଅପେରସନ । ସୁରକ୍ଷାବାହିନୀ-ନକ୍ସଲଙ୍କ ମଧ୍ୟରେ ଚାଲିଥିଲା ଏନକାଉଣ୍ଟର । ୩୬ ଘଣ୍ଟାରୁ ଅଧିକ ସମୟର ଏ ଅଭିଯାନରେ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି । ନିପାତ ହୋଇଛି  ମାଓ କମାଣ୍ଡର ପାପା ରାଓ । ଜଣେ ମହିଳା ମାଓବାଦୀର ମୃତଦେହ ବି ଜବତ ହୋଇଛି । କମ୍ବିଂ ବେଳେ AK-47 ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । DRG ଯବାନ, CRPF, COBRA ଓ STFଙ୍କ ପକ୍ଷରୁ ଚାଲିଥିଲା ମିଳିତ ଅପରେସନ । 

ସେପଟେ ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି ପୋଲିସ । ଆନ୍ଧ୍ର ସୀମାନ୍ତ କାଲିମେଳା ଥାନା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓ ଗତିବିଧି ସମ୍ପର୍କରେ ମିଳିଥିଲା ଗୁଇନ୍ଦା ସୂଚନା । ଡିଭିଏଫ ଯବାନଙ୍କ ଅପରେସନରେ ମାଟି ତଳେ ଲୁଚାଇ ରଖା ଯାଇଥିବା ୧୯୦ଟି ଜିଲେଟିନ ଷ୍ଟିକ, ବହୁ ସଂଖ୍ୟାରେ IED ବୋମା ଜବତ ହୋଇଛି ।  

ଅଧିକ ପଢନ୍ତୁ ଭାରତ ଖବର

ସରକାର ନକ୍ସଲଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି  । ଶାନ୍ତି ପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାରିବ ବୋଲି କହିଛନ୍ତି ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଗତ ୧୦ ବର୍ଷ ଭିତରେ ଦେଶରୁ ଅନେକାଂଶରେ କମିଛି ମାଓ ଗତିବିଧି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  କହିଥିଲେ ଖୁବ୍‌ଶୀଘ୍ର ଦେଶରୁ ମୂଳପୋଛ ହୋଇଯିବେ ନକ୍ସଲ । 

24 ELECTION
now
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
5m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
47m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର