ସରକାର ବଦଳିଲା, କୋର୍ଟ ଖୋଲିଲା
by Argus News
Thu, Sep 19 | 7:24 p.m.

ଅର୍ଗସ ବ୍ୟୁରୋ : ବିଜେଡି କରିନଥିଲା, ବିଜେପି କଲା । କେମିତି ଜନତା ନ୍ୟାୟ ପାଇବେ ସେନେଇ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କାରଣ ବହୁ ପ୍ରତୀକ୍ଷାର ଓ ବାଦ ବିବାଦର ଅନ୍ତ ଘଟି ଶେଷରେ ଉଦଘାଟିତ ହୋଇଛି ବିଜେପୁର ଅଦାଲତ । ଏଣିକି ହାତ ପାହାନ୍ତରେ ନ୍ୟାୟ ସେବା ପାଇପାରିବେ ବିଜେପୁରର ଲୋକେ । ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟର ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ର ଧାରୀ ସରନ୍ ସିଂ । 

କେମିତି ଭଲରେ ନ୍ୟାୟ ପାଇବେ ଲୋକେ ସେନେଇ ବିଜେପୁରରେ ତିଆରି ହୋଇଥିଲା କୋର୍ଟ । କାମ ସରିବା ପରେ ଉଦଘାଟନ ହେବା ପାଇଁ ପ୍ରସ୍ତୁତି ବି ଶେଷ ହେଲା । ନିମନ୍ତ୍ରଣ ବି ଦିଆଗଲା । କିନ୍ତୁ ଉଦଘାଟନୀ ସଭାରେ ମୁଖ୍ୟ ବିଚାରପତିଙ୍କ ସହ ଏକାଠି ବସିବାକୁ କୁଆଡେ ଜିଦ୍‌ ଧରିଥିଲେ ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ଓ ତାଙ୍କ ସମର୍ଥକ । ଯାହାକୁ ନେଇ ହୋଇଥିଲା ବିବାଦ।  ଆଉ ଏ ଖବର ପାଇବା ପରେ ଉଦଘାଟନ କରିବାକୁ ଆସିଲେ ନାହିଁ ମୁଖ୍ୟ ବିଚାରପତି । ଏହା ପରେ ବିଜେପୁରବାସୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା ।

ରିତା ସାହୁଙ୍କ ପୋଷ୍ଟର ଚିରିବା ସହ ନାରାବାଜି କରିଥିଲେ ବିଜେପୁରବାସୀ । ଯାହାର ଫଳ ଦେଖିବାକୁ ମିଳିଥିଲା ୨୪ ସାଧାରଣ ନିର୍ବାଚନରେ । ବିଜେପି ପ୍ରାର୍ଥୀ ସନତ ଗଡଟିଆ ବିଜୟ ହେବା ପରେ ବିଜେପୁରରେ କେମିତି କୋର୍ଟ ଖୋଲିବ ସେନେଇ ଏବେକାର ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଅନୁରୋଧ କରିଥିଲେ । ଆଉ ଆଇନମନ୍ତ୍ରୀ ବି ଅନୁରୋଧ ରକ୍ଷାକରି କୋର୍ଟ ଉଦଘାଟନ ପାଇଁ ବ୍ୟବସ୍ଥା କରିଥିଲେ ।

କଥା ହେଲା, ଯେଉଁ ରୀତା ସାହୁଙ୍କୁ ବିଜେପୁର ବାସିନ୍ଦା ଦୁଇ ଦୁଇଟି ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତାଇଥିଲେ ତାଙ୍କ ଜନବିରୋଧୀ କାର୍ଯ୍ୟଯୋଗୁଁ ସେହି ଜନତା ଶିଖାଇଲେ ସବକ୍ । ତେବେ ଶେଷରେ ସରକାର ବଦଳିବା ସହ ବିଜେପୁରବାସୀଙ୍କୁ ହାତ ପାଆନ୍ତାରେ ନ୍ୟାୟ ମିଳିବାର ବାଟ ଖୋଲିଛି। 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ