ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ
by Argus News
Sun, Mar 03 | 7:56 a.m.

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଗଣମାଧ୍ୟମ ଭୟ। ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାର୍ଗଦର୍ଶିକା। ପ୍ରଚାର ପାଇଁ ନୂଆ ମଡେଲ୍ ଆପଣାଇଛି ବିଜେଡି । ଆପଣ ଦେଖୁଥିବା ଏ ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଯେଉଁଠି ଆଜି ରହିଛି 5ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ କଲେଜ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ବଣ୍ଟନ କରାଯିବ। ତେବେ ପାଣ୍ଡିଆନଙ୍କ ନୂଆ ଓ ସ୍କଲାରସିପ୍ କାର୍ଯ୍ୟକ୍ରମକୁ ଆସୁଥିବା କଲେଜ ଛାତ୍ରଛାତ୍ରୀ ଗଣମାଧ୍ୟମ ଆଗରେ କଣ କହିବେ ସେ ନେଇ ବିଜୁ ଜନତା ଦଳକୁ ଚିନ୍ତା ଘାରିଛି। ଏଥିପାଇଁ କଲେଜ ପିଲାଙ୍କ ହ୍ବାଟସଆପ୍ ଗ୍ରୁପକୁ ପଠାଯାଇଛି ପାଣ୍ଡିଆନ ଓ କାର୍ଯ୍ୟକ୍ରମ ସମ୍ପର୍କିତ ମାର୍ଗଦର୍ଶିକା। ପ୍ରଶ୍ନ ସହ ପିଲାଙ୍କୁ ଉତ୍ତର ମଧ୍ୟ ପଠାଯାଇଛି ।

ପାଣ୍ଡିଆନ୍ କିଏ, ଏଠାକୁ କାହିଁକି ଆସିଛ, କେତେ ଟଙ୍କା ମିଳୁଛି, ସ୍କଲାରସିପ୍ କଣ କରିବ ଆଦି ପ୍ରଶ୍ନ ସହ କଣ ଉତ୍ତର ଦେବାକୁ ହେବ ତାହା ମଧ୍ୟ ପିଲାଙ୍କୁ ଲେଖି ହ୍ବାଟସଆପ୍ କରାଯାଇଛି । ଗତ ଜାନୁଆରୀ ମାସରେ ମଧ୍ୟ କଳାହାଣ୍ଡିକୁ ଆସିଥିଲେ ପାଣ୍ଡିଆନ। ସେତେବେଳେ କାର୍ଯ୍ୟକ୍ରମକୁ ଯାଇଥିବା କଲେଜ ଛାତ୍ରଛାତ୍ରୀ ପରେ ଗଣମାଧ୍ୟମ ଆଗରେ ଦେଇଥିଲେ ବିସ୍ଫୋରକ ବୟାନ। ତେଣୁ ଏଥର ସେଭଳି ସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ କରାଯାଇଛି ପୂର୍ବ ପ୍ରସ୍ତୁତି। ତେବେ କଲେଜ ଛାତ୍ରଛାତ୍ରୀଙ୍କୁ ଏଭଳି ମେସେଜ୍ ପଠାଇବା ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଜନତାଙ୍କ ଭିତରେ କାମ କରୁଥିବା ରାଜନେତାଙ୍କୁ ପରିଚୟର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ପ୍ରଶାସକରୁ ମନୋନୀତ ହୋଇ ରାଜନେତା ହୋଇଥିବା 5ଟି ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ। ପାଣ୍ଡିଆନଙ୍କୁ ଲୋକେ ଜାଣିନାହାନ୍ତି କହିବା କାରଣରୁ ବିଜୁ ଜନତା ଦଳର ପ୍ରଚାର ଉପରେ ପଡୁଛି ନକାରାତ୍ମକ ପ୍ରଭାବ। ଏଥିପାଇଁ ବିଜୁ ଜନତା ଦଳ ଆପଣାଇଛି ଏହି ନୂଆ ମଡେଲ୍। ଛାତ୍ରଛାତ୍ରୀଙ୍କୁ ମେସେଜ୍ ପଠାଇ ପାଣ୍ଡିଆନ କିଏ ଚିହ୍ନାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା