ବାଇକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ
by Argus News
Fri, May 10 | 4:56 p.m.

ବୌଦ୍ଧ: ବୌଦ୍ଧ ବ୍ଲକ୍ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ବାଇକ୍ ସହ ୨୧ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

ଅଭିଯୁକ୍ତ ବାଉରୀଝାରକଟା ଗ୍ରାମର ଦିଲୀପ ଖଟୁଆ ଓ ତାଳଗରି ଗ୍ରାମର ସଞ୍ଜୟ ମଲ୍ଲିକ ଏକ ବାଇକ୍‌ରେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ପୁଲିସ ବାଉଁଶୁଣି ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମ୍ୟ ରାସ୍ତାରେ ଚଢ଼ଉ କରି ବାଇକ୍ ସହ ଗଞ୍ଜେଇକୁ ଜବତ କରିଥିଲା। ଉଭୟ ଚାଲାଣକାରୀଙ୍କୁ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା। ଏନେଇ ବାଉଁଶୁଣି ଥାନାରେ କେସ୍ ନଂ ୮୩/୨୪ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳ ପ୍ରକାଶ କରିଛନ୍ତି। 

ଅଧିକ ପଢନ୍ତୁ  ଓଡିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍