ବିନିକା ପୋଲିସକୁ ସଫଳତା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣଙ୍କୁ କଲା ଗିରଫ
by Argus News
Tue, Mar 05 | 9:01 p.m.

ଅର୍ଗସ ବ୍ୟୁରୋ : ବିନିକା ପୋଲିସକୁ ସଫଳତା । ଦୀର୍ଘ ଦିନ ହେବ ବିନିକା ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା । ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ମୋଟର ସାଇକଲ, ଟଙ୍କା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

ଦୀର୍ଘଦିନ ହେବ ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଯୁଆଖେଳ ଚାଲିଥିଲା । ଜୁଆ ଖେଳ ହେଉଥିବା ସ୍ଥାନ ଗୁଡିକରେ ପୂର୍ବରୁ ପୋଲିସ ଚଢାଉ କରି ବିଫଳ ହେଇଥିଲା । ଗତକାଲି ସନ୍ଧ୍ୟା ସମୟରେ ବିନିକା ଥାନା ଅନ୍ତର୍ଗତ ସାରଙ୍ଗପାଲି ଗାଁ ନିକଟରେ ଯୁଆଖେଳ ଚାଲିଥିବାର ପୋଲିସ ଖବର ପାଇଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଢ଼ାଉ ସମୟରେ ପୋଲିସକୁ ଦେଖି କିଛିବ୍ୟକ୍ତି ଜୁଆଆଡ୍ଡାରୁ ଫେରାର ହୋଇଯାଇଥିବା ବେଳେ ଚାରିଜଣ ବ୍ୟକ୍ତିଙ୍କୁ କାବୁ କରିଥିଲା ପୋଲିସ । ଜୁଆଆଡ୍ଡାରୁ ଛଅଟି ମୋଟର ସାଇକଲ, ଗୋଟିଏ ବାଇସାଇକଲ, ୩୦୫୦ ଟଙ୍କା ଓ କିଛି ଜୁଆ ସାମଗ୍ରୀ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୁଦାମ ଭୋଇ, ସନାତନ ବେହେରା, ଶତ୍ରୁଘ୍ନ ମେହେର, କନିଷ୍ଠ ହରିପାଳ ।

ଖଲ୍ଲିକୋଟ ହିଂସା ପାଇଁ
10m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
12m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
13m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା