ମଣିଷର ଶରୀରରେ ଵାର୍ଡ ଫ୍ଲୁ ଲକ୍ଷଣ କଣ ?
by Argus News
Thu, Apr 25 | 5:11 p.m.

ଅର୍ଗସ ବ୍ୟୁରୋ : ଅଣ୍ଡା-ଚିକେନ୍ ଖାଇଵାକୁ ସମସ୍ତେ ଭଲପାଇଥଖାନ୍ତି କିନ୍ତୁ ଯେଉଁ ମାନେ ଅଣ୍ଡା-ଚିକେନ୍ ଖାଇଛନ୍ତି ସେମାନେ ସାବଧାନ ହେବା ଉଚିତ୍ କୁକୁଡା ମାନଙ୍କୁ ଵାର୍ଡ ଫ୍ଲୁ ବ୍ୟାପୁଛି । ତେଵେ ଏହା ହୋଇଛି  ଵୋଲି ତାର ଲକ୍ଷଣଗୁଡିକ ଜାଣିବେ କିପରି ଏବଂ କିପରି ରୋକାଯାଇପାରିବ । ଵର୍ତ୍ତମାନ ଏହି ରୋଗ ଵ୍ୟାପିଵାରେ ଲାଗିଛି ।ଏପରି ପରିସ୍ଥିତିରେ ଯେଉଁମାନେ ଅଣ୍ଡା ଏବଂ ଚିକେନ୍ ଖାଉଛନ୍ତି ସେମାନେ ସାବଧାନ ହେବା ଉଚିତ୍ । 

ଵାର୍ଡ ଫ୍ଲୁ ଭଳି ବିପଦପୂର୍ଣ୍ଣ ରୋଗ ପୁଣି ଥରେ ଫେରିଛି । ବାର୍ଡ ଫ୍ଲୁ ହେଉଛି ଏକ ଜୀବାଣୁ ଯାହା ପକ୍ଷୀମାନଙ୍କଠାରୁ ମଣିଷକୁ ସହଜରେ ବ୍ୟାପିପାରେ। ପକ୍ଷୀ ଫ୍ଲୁ ବ୍ୟାପିବା ପରେ  ଯେଉଁମାନେ ଅଣ୍ଡା ଖାଉଛନ୍ତି ସେମାନେ ସତର୍କ ହେବା ଆବଶ୍ୟକ। ଯଦି ମଣିଷରେ ବାର୍ଡ ଫ୍ଲୁ ହୁଏ ତେବେ ଅବସ୍ଥା ସାଂଘାତିକ ହୋଇପାରେ । 

ମଣିଷରେ ଶରୀରରେ ଵାର୍ଡ ଫ୍ଲୁ ଲକ୍ଷଣ :-
H5N1 ସଂକ୍ରମିତ ହେବା ପରେ ମଣିଷ ଶରୀରରେ ପ୍ରାୟ ୨ ରୁ ୮ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ଅନେକ ସମୟରେ ଲୋକମାନେ ଏହାକୁ ଜାଣଵା ପାଇଁ ଭୁଲ୍ କରନ୍ତି କାରଣ ଏହାର ଲକ୍ଷଣଗୁଡ଼ିକ ସମାନ ଥାଏ । 
କାଶ ଏବଂ ଗଳା ଯନ୍ତ୍ରଣା ,ଜ୍ୱର ,ଥଣ୍ଡା ,ଥକ୍କା ,ହାଡ ଏବଂ ଗଣ୍ଠି ଯନ୍ତ୍ରଣା,ମୁଣ୍ଡ ଏବଂ ଛାତି ଯନ୍ତ୍ରଣା ,ଛାତି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା

ଯଦି ଅଧିକ ଜ୍ୱର, କାଶ ଏବଂ ଶରୀରରେ ଯନ୍ତ୍ରଣା ହୁଏ ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ କୌଣସି ଵାହାରକୁ ଯାଇଛନ୍ତି ଯେଉଁଠାରେ ଵାର୍ଡ ଫ୍ଲୁ ବ୍ୟାପିଛି । ତେବେ ତୁମେ ତୁରନ୍ତ ନିଜକୁ ଡାକ୍ତରଙ୍କ ଦ୍ୱାରା ଵାର୍ଡ ଫ୍ଲୁ  ପାଇଁ  କରିବା ଚେକ କରାଇ ନେଵା ଉଚିତ୍ । 

ବାର୍ଡ ଫ୍ଲୁ ମଣିଷକୁ କିପରି ବ୍ୟାପିଥାଏ:- 
ଯଦି ଆପଣ ସଂକ୍ରମିତ ପକ୍ଷୀ ଏବଂ ପଶୁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଵାର୍ଡ ଫ୍ଲୁ ହେବାର ଆଶଙ୍କା ରହିପାରେ । ଆପଣ ସଂକ୍ରମିତ କୁକୁଡ଼ା ଫାର୍ମକୁ ଯାଆନ୍ତି କିମ୍ବା ଯତ୍ନ ନିଅନ୍ତି ତେବେ ବିପଦ ହୋଇପାରେ ।ସଂକ୍ରମିତ ପକ୍ଷୀର ମଳ, ନାକ, ପାଟି ଏବଂ ଆଖିରୁ ବାହାରୁଥିବା ତରଳ ପଦାର୍ଥ ଯୋଗୁଁ ସଂକ୍ରମଣ ହୁଏ। ଯଦି ଆପଣ ସଂକ୍ରମିତ ପକ୍ଷୀର ଅଣ୍ଡା କିମ୍ବା ମାଂସ ଖାଇଥିବେ ଏବଂ ଏହା ସଠିକ୍ ଭାବରେ ରନ୍ଧା ନହୁଏ ତେବେ ଏହା ହୋଇପାରେ । 
 

ବଜ୍ରପାତରେ
3m ago
ବଜ୍ରପାତରେ ଜଣେ ମୃତ
ଅର୍ଗସ ବ୍ୟୁରୋ: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ଗ୍ରାମରେ। ମୃତକ ହେଲ
MIGRANT DEATH CASE
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ