ପୁଣି ନିର୍ବାଚନ ଆଚରଣ ବିଧି ଉଲଘଂନ କଲା ବିଜେଡ଼ି
by Argus News
Sun, Apr 14 | 3:52 p.m.

ନିୟମ ମାନୁନାହାନ୍ତି ବିଜେଡ଼ି ନେତା
ପୁଣି ନିର୍ବାଚନ ଆଚରଣ ବିଧି ଉଲଘଂନ କଲା ବିଜେଡ଼ି 
 

ଅର୍ଗସ ବ୍ୟୁରୋ : ସରକାରୀ ନିୟମ ମାନିବାକୁ ନାରାଜ ବିଜେଡି ନେତା । ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗିବା ପରେ ବି ମନଇଚ୍ଛା କାମ କରୁଛନ୍ତି ଶାସକ ଦଳିଆ ନେତା । ଯାହାର ଚିତ୍ର ସାମ୍ନାକୁ ଆସିଛି ପୁରୀରୁ । ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବସିଥିଲା ବୈଠକ । ଶାସକ ଦଳ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । 

ଅଭିଯୋଗ ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ପୁରୀ ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହେଇଛି ଯେ, ପୁରୀ ଏସସିଏସ୍ କଲେଜ ପାଖରେ ଥିବା ରାଜ୍ୟ ସରକାରଙ୍କ ମିଶନଶକ୍ତି ଗୃହରେ ଗତକାଲି ରାତିରେ ବିଜେଡିର ଏକ ଦଳୀୟ ବୈଠକ ଅନୁଷ୍ଠିତ ହେଉଥିଲା । 

 

ଯେଉଁ ବୈଠକ ପୁରୀ ନଗର ବିଜେଡ଼ି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ଵରେ ହେଉଥିଲା । ଏହି ବୈଠକରେ ପୁରୀ ପୌରପାଳିକାର କେତେକ ପୂର୍ବତନ କାଉନସିଲର, ବିଜେଡି ମହିଳା ନେତ୍ରୀ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନ କିଭଳି ପରିଚାଳନା ହେବ, କିଭଳି ଅର୍ଥ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିହେବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଖବର ପାଇ ସେଠାର ପହଞ୍ଚି ପ୍ରତିବାଦ କରିଥିଲେ । ଏହା ଦେଖି ବିଜେଡି କର୍ମୀ ଓ ନେତା ପଳାଇଥିଲେ । ପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଆସି ତଦନ୍ତ କରିଥିଲେ । 

ତେବେ ବିଜେଡ଼ିର ନେତା ସ୍କ୍ୱାର୍ଡ ଅଫିସରଙ୍କୁ ପାଟିତୁଣ୍ଡ କରି ଧମକାଇଥିଲେ । କିନ୍ତୁ ସ୍କ୍ୱାର୍ଡ ଅଧିକାରି ବିଜେଡ଼ି କର୍ମୀଙ୍କ ନାଲି ଆଖିରେ ଭୟଭୀତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବିଜେପି ଅଭିଯୋଗ କରିଛି । ସେପଟେ ବିଜେପିର ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ମିଶନଶକ୍ତି ଗୃହରେ କୌଣସି ବୈଠକ ହେଉନଥିଲା ବୋଲି ବିଜେଡି ନଗର ସଭାପତି କହିଛନ୍ତି । ତେବେ ଗତ ଦୁଇଦିନ ତଳେ ଏକ କଲ୍ୟାଣମଣ୍ଡପରେ ବିଜେଡି ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପ୍ରରୋଚନାରେ ସିଆରପି ଏବଂ ଏମବିକେ ମାନଙ୍କୁ ଡକାଯାଇ ଏକ ବୈଠକ କରି ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ହୋଇଥିଲା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ