ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି
by Argus News
Mon, Jun 17 | 4:54 p.m.

ଅର୍ଗସ ବ୍ୟୁରୋ: ସରକାରରୁ ଗଲାଣି ହେଲେ ବି ପ୍ରକୃତି ଛାଡୁନି ବିଜେଡି । ଅର୍ଥାତ୍‌ ମିଛରେ ମାଷ୍ଟର ଡିଗ୍ରୀ କରିଛି ଶଙ୍ଖ ଦଳ । କେମିତି ନୂଆ ସରକାର ବଦନାମ ହେବ ସେନେଇ ଶଙ୍ଖ ଭବନରୁ ମାଷ୍ଟର ପ୍ଲାନ କରୁଛି ଦଳ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସୋସିଆଲ୍ ମିଡିଆକୁ ମାଧ୍ୟମ କରି ମିଛ ପ୍ରଚାର ଚଳାଇଛନ୍ତି ବିଜେଡିର ଟ୍ରୋଲ୍ ଆର୍ମୀ । ନୂଆ ସରକାରଙ୍କୁ ବଦନାମ କରିବା ଲାଗି ଶଙ୍ଖ ଭବନରେ ଖୋଲିଛି ଫେକ୍ ନିଉଜ ଫ୍ୟାକ୍ଟ୍ରି । ପ୍ରସଙ୍ଗ ଭିତ୍ତିକ ସମାଲୋଚନାରେ ନିଜ ଦଳର ପୋଲ୍ ଖୋଲିଯିବା ଭୟରେ ମିଛ ପ୍ରଚାରକୁ ସାହାର କରିଛି ବିଜେଡି । ଯାହାକୁ ନେଇ ଏବେ ସରଗରମ ହେଲାଣି ରାଜ୍ୟ ରାଜନୀତି । 

ପରାଜୟକୁ ସହଜରେ ଗ୍ରହଣ କରିପାରୁନି କି ବିଜେଡି । ଯଦି ଗ୍ରହଣ କରିପାରୁଛି ତାହାଲେ ଏମିତି ଭିତ୍ତିହୀନ ଖବର ଦେଉଛି କାହିଁକି ? ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି ଖୋଲି ମିଥ୍ୟା ଖବର ଜରିଆରେ ଗୁଜବ ସୃଷ୍ଟି କରାଯାଉଛି । କେବଳ ସେତିକି ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା,5-T, ମୋ ସରକାର,ଓଡିଶାରେ ଦେଶୀ ଓ ବିଦେଶୀ ମଦ ବନ୍ଦ ବୋଲି ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାରଣ ହେବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏନେଇ ସ୍ପଷ୍ଟୀକରଣ ରଖିଛି । ଆଉ ଏହାକୁ ନେଇ ଅର୍ଗସକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ସରକାରଙ୍କ ନାଁରେ ଫେକ୍ ନ୍ୟୁଜ୍ ଛାଡୁଛନ୍ତି ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସରକାରରେ ଥିବା ବେଳେ ତ ଯାହା କରୁଥିଲେ କରୁଥିଲେ, ଏବେ ସରକାରରୁ ଯିବା ପରେ ମନ୍ଦବୁଦ୍ଧି ଛାଡୁନାହାନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ ଆଇଡି କରି ଭ୍ରମିତ କରୁଛି ବିଜେଡି । ଯାହାକୁ ନେଇ ଏବେ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି । ଖାସ୍‌ କରି ବୁଦ୍ଧିଜୀବୀ ଏଇ ଘଟଣାକୁ ନାପସନ୍ଦ କରିବା ସହିତ  ଏପରି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭ୍ରମିତ ନକରାଯିବାକୁ ପରାମର୍ଶ ଦେଇଛନ୍ତି । 

ଏ ସବୁ ଭିତରେ ଡିପ୍‌ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଟିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏ ନେଇ ଖୁବଶୀଘ୍ର ବଡ ନିଷ୍ପତ୍ତି ନେଇପାରନ୍ତି ମୋଦି ସରକାର 3.0 । ଅନଲାଇନ୍ ପ୍ଲାଟଫର୍ମରେ ଭ୍ରମାତ୍ମକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ନାଁରେ ମିଛ ଖବର ପ୍ରସାରଣକୁ ନେଇ କିନ୍ତୁ ତେଜିଲାଣି ରାଜ୍ୟ ରାଜନୀତି ।
 

ROADSHOW
ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଅର୍ଗସ ବ୍ୟୁରୋ: ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା କନକ୍ଳେଭ ର
HAREKRUSHNA
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
ଅର୍ଗସ ବ୍ୟୁରୋ: ମହାନ ଜନନାୟକ ଓ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଜାତୀୟସ୍ତରରେ କରାଯାଇଛି ପାଳନ। ଭାରତ ସରକାରଙ୍
BJD
ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା
ଅର୍ଗସ ବ୍ୟୁରୋ: ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା । କିଛି ବିଜେଡି ନେତା ପୁଣି ସରକାରକୁ ଫେରିବା ନେଇ ଦେଖୁଥିବା ଦିବାସ୍ଵପ୍ନ ଉପରେ ପାଣି ଢାଳି ଢାଳିଦେଲେ ବିଜେଡ
ODISHA PARV
‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ' ଆୟୋଜନ
ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ବର ଇତିହାସ ଓ ପରିକଳ୍ପନା : • ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷର
SUBHADRA
1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ରେ ୨୫ ଲକ୍ଷ ... ଦ୍ବିତୀୟ ପର୍ଯ୍ୟାୟ ରେ ୩୫ ଲକ୍ଷ । ଏବେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବ