ସତ୍ୟବାଦୀରୁ ସିମୁଳିଆ ସବୁଠି ଶାସକ ଦଳ ଫାଳଫାଳ
by Argus News
Wed, Feb 28 | 7:40 p.m.

ଅର୍ଗସ ବ୍ୟୁରୋ:  ସତ୍ୟବାଦୀ କାହାର ? କିଏ ହେବ ବିଜେଡି ସତ୍ୟବାଦୀ ବିଧାୟକ ପ୍ରାଥି । ତାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡିର ତୁଙ୍ଗ ନେତା । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମାସାମନ୍ତ ରାୟ ପରସ୍ପର ବିରୁଦ୍ଧରେ କରିଛନ୍ତି ବିଶୋଦଗାର । ଦୁଇ ନେତା ଙ୍କ ତୁ ତୁ ମେ ମେ ରେ ଫାଳ ଫାଳ ହୋଇଯାଇଛି ପୁରୀ ଜିଲ୍ଲା ବିଜେଡି ସଂଗଠନ । ଚର୍ଚ୍ଚା ହେଉଛି ଜିଲ୍ଲାର କିଛି ନେତା ସଂଜୟଙ୍କ ସପକ୍ଷରେ ଛିଡ଼ା ହୋଇଥିବା ବେଳେ ଆଉ କିଛି ନେତା ଉମାଙ୍କ ସମର୍ଥନରେ ବାହାରିଛନ୍ତି । ଏସବୁ ଭିତରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସଂଗଠନ ସମ୍ପାଦକ ଉଭୟ ନେତାଙ୍କୁ ଶଙ୍ଖ ଭବନ ଡାକି ଆଲୋଚନା କରିଥିଲେ ବି ସମାଧାନର ବାଟ ବାହାରି ପାରିନି । ଶେଷରେ କଳି ଯାଇ ପହଁଛିଛି ଶଙ୍ଖ ସୁପ୍ରିମୋଙ୍କ ନିକଟରେ ।

ସତ୍ୟବାଦୀ କେବଳ ନୁହେଁ ବରଂ ସିମୁଳିଆ ଠୁ ନେଇ ଭଦ୍ରକ ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଭଦ୍ରକରେ ବିଧାୟକ ସଞ୍ଜୀବ ମଲିକ ବନାମ ଅସିତ ପଟ୍ଟନାୟକ, ସିମୁଳିଆରେ ବିଧାୟକ ଜ୍ୟୋତି ପାଣିଗ୍ରାହୀ ବନାମ ଗଣେଷ ମହାପାତ୍ର, ପାଟଣାଗଡ଼ ରେ ବିଧାୟକ ସରୋଜ ମେହେର ବନାମ ଶିବାନନ୍ଦ ପରିଛାଙ୍କୁ ନେଇ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ସବୁଠି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । 

 ଏ ସବୁ ଭିତରେ ବବିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ପରେ ସବୁଦିନେ ନବୀନ ନିବାସ ଆଗରେ ଦଳୀୟ ଟିକେଟ ପାଇଁ ଲମ୍ବା ଲାଇନ ବିଜେଡି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧାକୁ ଅଧିକ ବଢ଼ାଇଛି । ଦିନକୁ ଦିନ ଟିକେଟ ଆଶାୟୀ ବଢୁଥିବାରୁ ପ୍ରାଥି ତାଲିକା ଘୋଷଣା ପରେ ଅସନ୍ତୁଷ୍ଟ ଅସମ୍ଭାଳ ସ୍ଥିତି ସୃଷ୍ଟି କରିବେ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି