ଅଭଦ୍ରାମିର ସୀମା ଟପିଲେ ବିଜେଡି କର୍ପୋରେଟରଙ୍କ ସ୍ବାମୀ
by Argus News
Fri, Apr 19 | 6:03 p.m.

ଭୁବନେଶ୍ୱର: ବିଜେଡି କର୍ପୋରେଟରଙ୍କ ସ୍ବାମୀଙ୍କ ଦବଙ୍ଗଗିରି । ଅଭଦ୍ରାମିର ସୀମା ଟପିଲେ । ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ । ନୟାପଲ୍ଲୀ 25 ନଂ ୱାର୍ଡର ବିଜେଡି କର୍ପୋରେଟର ମାନସିରାଣି ସୁନ୍ଦରାୟଙ୍କ ସ୍ବାମୀ ସ୍ନେହାଶିଷ ସାମଲ ଅଭଦ୍ରାମୀର ସୀମା ଟପିଛନ୍ତି । ପ୍ରଥମେ ଯୁବତୀଙ୍କୁ କମେଣ୍ଟ କଲେ, ପରେ ଯୁବତୀଙ୍କ ଆଗରେ ସହଯୋଗୀଙ୍କ ସହ ମିଶି ପରିଶ୍ରା କଲେ । ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଥାନାକୁ ଡାକି ହଇରାଣ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଘଟଣାକୁ 10ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁନି ପୋଲିସ । ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆକ୍ରମଣର ଶିକାର ଯୁବତୀ । ଯୁବତୀ ଓ ମହିଳାମାନଙ୍କ ପ୍ରତି କମିଶନରେଟ ପୋଲିସର ଏଭଳି ଉଦାସୀନତାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି କମିଶନରେଟ୍ ପୋଲିସ ? ବିଜେଡି କର୍ପୋରେଟଙ୍କ ସ୍ବାମୀ ବୋଲି କ'ଣ ତାଙ୍କ ପାଇଁ ଆଇନ ଅଲଗା ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

AC
2m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
3m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ