କଟକ ଟେନସନ୍ : ଚିନ୍ତାରେ ବିଜେଡ଼ି ସୁପ୍ରିମୋ
by Argus News
Tue, Apr 02 | 3:47 p.m.

କଟକ ଚିନ୍ତାରେ ବିଜେଡ଼ି ସୁପ୍ରିମୋ
କଟକରେ ଛିଡୁନି ପ୍ରାର୍ଥୀ ଚୟନ ଅଙ୍କ
ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍‌
 

ଅର୍ଗସ ବ୍ୟୁରୋ : ନବୀନ ନିବାସରେ ବିଜେଡ଼ି ନେତା । କଟକ ବାରବାଟୀକୁ ନିଜ ଦଖଲରେ ରଖିବା ପାଇଁ ସବୁ ତୁଙ୍ଗ ନେତା ଏବେ ନବୀନ ନିବାସରେ । ଯାହାକୁ ନେଇ ଏବେ କଟକ ସହର ରାଜନୀତି ବେଶ୍ ଗରମ । ରାଜ୍ୟସଭା ଯିବା ସତ୍ତ୍ଵେ ବାରବାଟୀକୁ ନିଜ ଦଖଲରେ ଏବେ ବି ରଖିବାକୁ ଚାହୁଁଛନ୍ତି ଦେବାଶିଷ ସାମନ୍ତରାୟ । ତାଙ୍କ ଆନୁଗତ୍ୟ ପୂର୍ବତନ କର୍ପୋରେଟର ତଥା ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ଵାଳଙ୍କୁ କଟକ ବାରବାଟୀରୁ ନିର୍ବାଚନ ଲଢେଇବା ନେଇ ଦଳର ସୁପ୍ରିମୋଙ୍କ ନିକଟରେ ଲବି କରୁଛନ୍ତି । 

ସେହିପରି, ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ଆନୁଗତ୍ୟ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀଙ୍କ ପାଇଁ ଲବି କରୁଛନ୍ତି । ସେହିପରି, ଆଶୀର୍ବାଦ ବେହେରା ନିଜ ପୁଅ ତଥା ଓଡ଼ିଶା କ୍ରିକେଟ ସଂଘ ସମ୍ପାଦକ ସଞ୍ଜୟ ବେହେରାଙ୍କ ପାଇଁ ଲବି କରୁଛନ୍ତି । 

ଏହାବାଦ୍ କଟକ ମହାନଗର ନିଗମ ମେୟର ସୁବାସ ସିଂ ମଧ୍ୟ କଟକ ବାରବାଟୀ ଉପରେ ନଜର ରହିଥିବା ବେଳେ ସେପଟେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏହି ଆସନରେ ନିର୍ବାଚନ ଲଢ଼େଇବା ପାଇଁ ଦଳ ଏବେ ଚିନ୍ତା କରୁଛି । ଏହା ବ୍ୟତୀତ ଏମଏସଏମଇ ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ଶ୍ରୀମୟୀ ମିଶ୍ରଙ୍କୁ ବାରବାଟୀରୁ ନିର୍ବାଚନ ଲଢେଇ ସରପ୍ରାଇଜ କାର୍ଡ ଖେଳି ପାରନ୍ତି ଦଳର ସୁପ୍ରିମୋ। 

 

ବର୍ତ୍ତମାନ ସୁଦ୍ଧା ବିଜେଡ଼ି ଘୋଷଣା କରିଥିବା ବିଧାନସଭା ଆସନ ଭିତରେ ବାଦ ପଡ଼ିଛି  କଟକ ବାରବାଟୀ । କଟକ ସାଂସଦ ପ୍ରାର୍ଥୀଙ୍କ ସହ ବଡ଼ମ୍ବା, ଆଠଗଡ, ବାଙ୍କୀ, କଟକ ସଦର, କଟକ ଚୌଦ୍ଵାର, ନିଆଳି ଆସନ ଦଳର ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ କଟକ ବାରବାଟୀରେ ବିଜେଡିର କିଏ ପ୍ରାର୍ଥୀ ହେବ ଚିନ୍ତାରେ ବିଜେଡ଼ି । କଟକ ବାରବାଟୀ ପାଇଁ ଟିକେଟ ଘୋଷଣା ହୋଇନଥିବା ବେଳେ, ସେପଟେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଛି । 
 

ଉଚ୍ଚ ଜୁଆର
25m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
29m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ