ଅର୍ଗସର ସତ ଦେଖା ଅଭିଯାନ, ନିମାପଡାରେ ଜନ ଆକ୍ରୋଶ
by Argus News
Wed, Apr 17 | 7:44 p.m.

ଅର୍ଗସ ବ୍ୟୁରୋ : ନିମାପଡାରୁ କଟିଲା ସମୀର ଦାଶଙ୍କ ଟିକେଟ୍ । ଅର୍ଗସର ସତ ଦେଖା ଅଭିଯାନ, ନିମାପଡାରେ ଜନ ଆକ୍ରୋଶ । ବାଧ୍ୟହୋଇ ୩ ଥରର ବିଧାୟକଙ୍କଠାରୁ ମୁହଁ ଫେରାଇଲା ବିଜେଡି । ହେଲେ ବଡ଼ କେଳେଙ୍କାରୀ ଅଭିଯୋଗ ସତ୍ବେ ହେଲାନାହିଁ ଆକସନ୍ । ସେପଟେମ୍ବର ୨୩, ୨୦୨୨ ବିଜେଡି ନେତା ତଥା ଗୋପ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସାରା ରାଜ୍ୟରେ ସୃଷ୍ଟି କଲା ହଇଚଇ । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତ ହୋଇଥିବା ବାର୍ତ୍ତାଳାପ ଭାଇରାଲ୍ ହେଲା । ଆତ୍ମହତ୍ୟା ପାଇଁ ସମୀରଙ୍କୁ ଦାୟୀ କରିଥିଲେ ଧର୍ମେନ୍ଦ୍ର । ଖାଲି ସେତିକି ନୁହେଁ ସମୀର ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ୍ କରୁଥିବାର ଅଭିଯୋଗ ବି ଆଣିଥିଲେ ଧର୍ମେନ୍ଦ୍ର ।

ସେତେବଳର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସଂଗୀନ ଅଭିଯୋଗର ଗୋଟିଏ ପରେ ଗୋଟିଏ ଖୁଲାସା ହୋଇଥିଲା ଅର୍ଗସରେ । ସାମ୍ବାଦିକ ଅକ୍ଷୟ ନାୟକ ବି ସତ ଆଣିଥିଲେ ସାମ୍ନାକୁ । ବାରମ୍ବାର ଖବର ପ୍ରସାରଣ ହୋଇଥିଲା ଅର୍ଗସରେ । ଅର୍ଗସର ସ୍ବରକୁ ଚାପଦେବା ପାଇଁ ବି ପ୍ରୟାସ କରିଥିଲେ ସମୀରଙ୍କ ଗୁଣ୍ଡାବାହିନୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିମାପଡାରେ ଜନ ଆକ୍ରୋଶ । ବାରମ୍ବାର ଖବର ପ୍ରସାରଣ ପରେ ନିମାପଡାରେ ହୋଇଥିଲା ଜନ ଆକ୍ରୋଶ । ୩ ଥରର ବିଧାୟକ ସମୀର ଦାଶ ଓ ତାଙ୍କ ଗୁଣ୍ଡାବାହିନୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ଶେଷରେ ବାଧ୍ୟ ହୋଇ ସମୀରଙ୍କ ଟିକେଟ୍ କାଟିଲା ବିଜେଡି । ତେବେ ଅଡିଓରେ ସମୀର ଦାଶଙ୍କ ନାଁ ଥିଲେ ବି ତାଙ୍କୁ ତଦନ୍ତ ପରିସରକୁ ନେଇନଥିଲା କମିଶନରେଟ୍ ପୋଲିସ । ସମୀରଙ୍କୁ ସୁରକ୍ଷା ଦେଇଥିଲେ ସରକାର । ମୃତ ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ବି ସମୀର ତଦନ୍ତ ପରିସରକୁ ଆସନ୍ତୁ ବୋଲି ଦାବି କରିଥିଲେ । 
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର