ବିଜେଡ଼ିର ପରିବାରବାଦ ରାଜନୀତି
by Argus News
Wed, Feb 28 | 3:55 p.m.

ଅର୍ଗସ ବ୍ୟୁରୋ : ବାଲେଶ୍ଵରରେ ଭାଙ୍ଗି ଭାଙ୍ଗି ଯାଇଚି ବିଜେଡ଼ି ଦଳ । ବିଜେଡ଼ି ପାଇଁ କାଳ ହେଉଛି ପରିବାରବାଦ ରାଜନୀତି । ସେପଟେ ନୂଆ ଚେହେରା ଆସାରେ ବାଲେଶ୍ଵରବାସୀ । ପୁଣି ପରିବାର ରାଜନୀତିକୁ ନେଇ ବଢିଲା ବିବାଦ । ବିବାଦରେ ଫଶିଲା ବିଜେଡ଼ିର ପରିବାରବାଦ ରାଜନୀତି । ଗୋଟିଏ ପଟେ ପରିବାରବାଦ ରାଜନୀତି ଓ ଅନ୍ୟପଟେ ନୂଆ ଯୁବ ଚେହେରା ପାଇଁ ବଢୁଛି କଳି । ଏଭଳି ପରିବାର ରାଜନୀତି ଦେଖିବାକୁ ମିଳିଛି ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ । 

ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଦଶନ୍ଧି ଦଶନ୍ଧି ଧରି ପାଣିଗ୍ରାହୀ ପରିବାର ଶାସନ କ୍ଷମତାରେ ରହି ଆସିଛନ୍ତି । ଯାହାଫଳରେ ଜ୍ୟୋତିଙ୍କ ବିରୋଧରେ ତାଙ୍କରି ଦଳର ନେତା ଓ କର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେଉଁଥିପାଇଁ ସିମୁଳିଆ ବିଜେଡିରେ ବିକଳ୍ପ ଭାବରେ ଦଳ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ନେଇ ଆଲୋଚନା ହେଉଛି । ଅନ୍ୟପଟେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜର ଅସନ୍ତୋଷ ଗୋଷ୍ଠୀକୁ ମନେଇବାରେ ମଧ୍ୟ ବିଫଳ ହୋଇଛନ୍ତି । ଯାହାର ଫାଇଦା ଗଣେଷ ପ୍ରସାଦ ମହାପାତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

 

ଠିକ ସେହିପରି ଭାବେ ବିଜେପିର ଯୁବ ନେତୃତ୍ୱ ଭାବେ ଠାକୁର ରଞ୍ଜିତ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚା ହୋଇଛି । ସେ ଜଣେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା । ବିଜେପିରେ ରଞ୍ଜିତ ରାଜ୍ୟ ସ୍ତରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି କାର୍ଯ୍ୟ ତୁଲାଇଛନ୍ତି । ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଯଦି ଟିକେଟ ଦିଏ ତେବେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ଆଲୋଚନା ହେଉଛି । ଅନ୍ୟପଟେ କଂଗ୍ରେସ ନିର୍ବାଚନରେ ପଛରେ ପଡିଯାଇଥିବା ମଧ୍ୟ କୁହା ଯାଉଛି । ନିର୍ବାଚନ ମଣ୍ଡଳୀରେ ଏବେ ମଧ୍ୟ ବହୁ ମୌଳିକ ସମସ୍ୟା ରହିଛି । ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହୋଇ ପାରି ନାହିଁ । ଯାହା ଫଳରେ ଲୋକେ ନାନାଦି ସମସ୍ୟା ଭୋଗୁଛନ୍ତି । ଦିଆଯାଇଥିବା ପ୍ରତିଶୃତି ବିଜେଡ଼ି ସରକାର ପୂରଣ କରି ନାହିଁ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ