ବିଚିତ୍ର ପାଗଳାମୀ କରୁଛନ୍ତି ବିଜେଡି ନେତା ଓ କର୍ମୀ
by Argus News
Mon, Feb 12 | 2:57 p.m.

ଅର୍ଗସ ବ୍ୟୁରୋ : କେତେବେଳେ ସେ ଜଗନ୍ନାଥ ତ ! ପୁଣି କେତେବେଳେ ଓଡ଼ିଶା କହିଲେ ତାଙ୍କୁ ବୁଝାଏ !  ଏବେ ପୁଣି ସେ ଚନ୍ଦ୍ର ଓ ସୂର୍ଯ୍ୟ ! କେତେ ବେଳେ ସେ ମହାପ୍ରଭୁ ତ ପୁଣି କେତେ ବେଳେ ତାଙ୍କ ସ୍ଥାନ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସହ ଯୋଡ଼ା ଯାଉଛି । ପୁଣି କେତେବେଳେ ବନୁଛନ୍ତି ଓଡ଼ିଶାର ବଡ଼ ଠାକୁର । ଏଭଳି ବିଚିତ୍ର ପାଗଳାମୀ କରୁଛନ୍ତି ବିଜେଡ଼ିର ନେତା । ଯାହା ବର୍ତ୍ତମାନ ପାଇଁ ଭାଇରାଲ ହେବାରେ ଲାଗିଛି । ଟିକେ ଶୁଣୁ ନାହାନ୍ତି ଏହି କୁଜି ବିଜେଡ଼ି ନେତାଙ୍କ କଥା ।

ଏଠି ପ୍ରଶ୍ନ ଉଠିଛି, କଣ ପାଇଁ ଏମିତି ପାଗଳାମୀ କରୁଛନ୍ତି ବିଜେଡି ନେତା ? ଆଗାମୀ ନିର୍ବାଚନରେ ଟିକେଟ ଆଶାରେ ଏମିତି ପାଗଳାମୀ କରୁ ନାହାନ୍ତି ତ ? କେତେବେଳେ ବିଜେଡ଼ି ବିଧାୟକ ଅମର ପଟ୍ଟନାୟକ ତ, ପୁଣି କେତେବେଳେ ବିଜେଡି ମନ୍ତ୍ରୀ ପ୍ରତାପ ଦେବ ଏବଂ ଗତ କିଛି ଦିନ ହେବ ନୂଆ କରି ବିଜେଡ଼ିରେ ମିଶିଥିବା ଯାତ୍ରା କଳାକାର ଦୈତାରୀ ପଣ୍ଡା । ଯିଏ କି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆଙ୍କ ପ୍ରାଣର କଳା ଠାକୁରଙ୍କ ସହ ତୁଳନା କରିଥିଲେ । ଯାହା ପରେ ସେ ବିବାଦରେ ଘେରକୁ ମଧ୍ୟ ଆସିଥିଲେ । କଣ ପାଇଁ ଏମିତି ପାଗଳାମୀ କରୁଛନ୍ତି ବିଜେଡ଼ି ନେତା କିଛି ଜଣା ପଡ଼ୁନି ।

 

ଏବେ ପୁଣି ନବୀନ ପଟ୍ଟନାୟଙ୍କୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସହ ତୁଳନା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ । ଆଉ ଏଭଳି ମୁର୍ଖାମୀ କରିଛନ୍ତି ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ । ସେ କହିଛନ୍ତି, ନବୀନଙ୍କ ବିକଳ୍ପ ନାହିଁ ! ନବୀନ ଅସ୍ତ ହେଲେ ପୃଥିବୀ ଧ୍ୟଂଶ ହୋଇଯିବ ! ଯାହାର ଭିଡ଼ିଏ ଭାଇରାଲ ହେବାର ଲାଗିଛି । ଏହି ବିଡ଼ିଓ ଦେଖିବା ପରେ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ଅଭୟଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି । ଅଭୟ ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ଥିବା ବେଳେ ପଞ୍ଚାୟତ ବିକାଶ ନାଁରେ ୫୦ଲକ୍ଷର ଦୃନୀତି ମଧ୍ୟ କରିଛନ୍ତି । ଅଭୟଙ୍କ ସମେତ ସରପଞ୍ଚ ସାମିଲ ଅଛନ୍ତି । ଯାହା ବର୍ତ୍ତମାନ ଦେଣ୍ତରେ ପଡ଼ି ହାଟରେ ଗଡୁଛି ।
 

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
27m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା