ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା
by Argus News
Mon, Sep 23 | 6:43 p.m.

ଅର୍ଗସ ବ୍ୟୁରୋ:  ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ  ଦେଢ କିଲୋମିଟର ଜଙ୍ଗଲ ମଧ୍ୟ ଦେଇ ଚାଲିଚାଲି ଯିବାକୁ ପଡ଼ିବ। ଯେଉଁଠିକି ଯିବାକୁ ରାସ୍ତା କହିଲେ ଜଙ୍ଗଲ ମଧ୍ୟରେ ଏହି ପାଦଚଲା ରାସ୍ତା। ଯେଉଁଠି ପାଦେପାଦେ ରହିଛି ବିପଦ। ମାତ୍ର ରହିବାକୁ ଜଗା ନଥିବାରୁ ଏହି ଜଙ୍ଗଲ ମଧ୍ୟରେ ଘର କରି ରହି ଆସୁଛନ୍ତି ବୁଦୁନି। ରୋଜଗାର କହିଲେ ମୂଲ ମଜୁରୀ । ନହେଲେ ଚୁଲି ଜଳେନି।

ଜଙ୍ଗଲ ଭିତରେ ଦେହୁରୀ ପରିବାରଙ୍କ ଆବାସ। ଭଙ୍ଗା କାଠଘେରା ଉପରେ ନଡ଼ା ଛପର। ତା ଉପେର ଘାସ ଉଠିଗଲାଣି। ଘର ପଲସ୍ତରା ହୋଇ ନଥିବାରୁ ସଵୁ ସମୟରେ ଲାଗି ରହେ ଯିବଯନ୍ତୁଙ୍କ ଡର। ଏମିତିକି ଏଇ ଘରେ  ସୋଇଥିବା ଅବସ୍ଥାରେ ଶୁରୁ ଦେହୁରୀଙ୍କ ୧୨ ବର୍ଷୀୟା ପୁଅର ମୃତ୍ୟୁ ମଧ୍ୟ ହୋଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏକଥା ପ୍ରଶାସନ ଯାଣି ମଧ୍ୟ ଏଯାଏଁ ସହାୟତା ଯୋଗାଇ ନେଇନି।

ଗରିବା ଖଡିଆ ପରିବାର ପାଖରେ ଆଜିବା ଆବାସ ଯୋଜନା ବହୁ ଦୁରରେ।  ସରକାରୀ ବାସଗୃହ ଖଣ୍ଡେ ପାଇବାକୁ ସ୍ଥାନୀୟ ଜନପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୋଉଡ଼ିଛନ୍ତି। ଶେଷରେ ମିଳୁଛି ଖାଲି ପ୍ରତିଶ୍ରୁତି କିନ୍ତୁ ଏଯାଏଁ ମିଳୁନି ଘର। ଖଡ଼ିଆ ଜନଜାତି ଙ୍କ ଉନ୍ନତି ସକାଶେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜଙ୍ଗଲରେ ବସବାସ କରୁଥିବା ଏହି ଖଡ଼ିଆ ଜନଜାତିଙ୍କ ପାଖରେ ଯୋଜନା ଅପହଞ୍ଚ। ଖଡିଆ ଜନଜାତି ଙ୍କ ବିକାଶ ପାଇଁ ସରକାରୀ,ବେସରକାରୀ ବହୁ ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏମାନେ ଆଜି ବି ଅବହେଳିତ। ତେବେ ନୂଆ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଏହି ଗରିବ ପରିବାର ମୌଳିକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କ୍ୟାଲସିୟମ
6m ago
କ୍ୟାଲସିୟମ ଅଭାବକୁ ଦୂର କରିବ ଏହିସବୁ ଜିନିଷ
ଅର୍ଗସ ବ୍ୟୁରୋ: ଆମ ହାଡ ଏବଂ ଗଣ୍ଠିକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ଏହାର ଅଭାବ ହେତୁ ଶରୀରରେ କେଉଁ ସମସ୍ୟା ଘଟେ ଏବଂ ଏହାର ଅଭାବକୁ ଦୂର କରିବା ପାଇ
‘ଲାପତା ଲେଡିଜ୍’
18m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
23m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର