ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର
by Argus News
Fri, Mar 01 | 7:43 p.m.

ଅର୍ଗସ ବ୍ୟୁରୋ : ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର । ମୟୂରଭଞ୍ଜ ରାସଗୋବିନ୍ଦପୁରରେ କିଡନୀ ରୋଗି ଖୋଲିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ମିଛ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦା ପଞ୍ଚାୟତରେ ଧରା ପଡିଛି ଆମ ଓଡ଼ିଶା ନବୀନ ଓଡ଼ିଶା ମିଛ ପ୍ରଚାର ପତ୍ର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶ ମୂଳକ କାମ ସହ ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କ ଫଟୋ ସହ ବିବରଣୀ ସ୍ଥାନ ପାଇଛି । ଏଥିରେ ରହିଛି ବଧିମୁହଁ ଗାଁର କୁବେର ଚନ୍ଦ୍ର ପାତ୍ରଙ୍କ ପୁଅ ରଜନୀଙ୍କର ଫଟୋ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର କିଡନୀ ଅସ୍ତ୍ରୋପଚାର ହୋଇଥିବା ଏଥିରେ ଉଲ୍ଲେଖ ବି ଅଛି । 

ରାଜ୍ୟ ସରକାରଙ୍କ ଡାହା ମିଛ ଧରା ପକାଇଦେଇଛି ବଜେଡ଼ି ବୁକଲେଟ୍ । କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ୍ ଗଣ୍ଡାମେର ପଞ୍ଚାୟତରେ ଦୁର୍ଗାମାଧବ ହାଇସ୍କୁଲର ରୂପାନ୍ତରୀକରଣ ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ ବୁକଲେଟରେ ଛପା ଯାଇଛି । ଆଶ୍ଚର୍ଯ୍ୟର କଥା ଏହି ଏହି ପଞ୍ଚାୟତରେ କୌଣସି ହାଇସ୍କୁଲ ହିଁ ନାହିଁ । ଗାଁ ପିଲାଏ ପଞ୍ଚମଶ୍ରେଣୀ ପରେ ପଡ଼ୋଶୀ ଗାଁ ବୃନ୍ଦବାହାଲରେ ଥିବା ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାନ୍ତି । ଏହି ଗାଁରେ ଥିବା ପ୍ରାଥମିକ ସ୍କୁଲକୁ ଉନ୍ନୀତ ବିଦ୍ୟାଳୟ କରିବା ପାଇଁ ଗ୍ରାମବାସୀ ୯ ମାସ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଅନ୍ୟପଟେ ଏବେ ହାଇସ୍କୁଲ ନାଁରେ କରାଯାଇଛି ମିଛ ପ୍ରଚାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମିଛର ସୌଦାଗର ସାଜିଛନ୍ତି ବିଜେଡି ସରକାର । ମିଛ ଯୋଜନା ନାଁରେ ଟଙ୍କା ଲୁଟ୍ କରାଯାଉଛି । ହିତାଧିକାରୀଙ୍କ ନାଁରେ ମିଛ ପ୍ରଚାର କରାଯାଉଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଦଳର ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ବ୍ରାଣ୍ଡ ଚୋର ବିଜେଡି ସରକାରର ମୁଖା ଖୋଲୁଛି । ମୋଦି ଚାଉଳକୁ ନବୀନ ଚାଉଳ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ରାସନ କେନ୍ଦ୍ରରେ ବିଜେଡି ବ୍ୟାଗ୍ ବଣ୍ଟାଯାଉଛି । ଏତିକି ନୁହେଁ ବିଜେଡି ମହିଳା ଶସକ୍ତିକରଣ ନାଁରେ ମିଛ ପ୍ରତିଶ୍ରୁତି ଦେଉଛି । ମହିଳାଙ୍କୁ ଦଳୀୟ କାମରେ ଲଗାଉଛି ବିଜେଡି । ସେହିପରି ସ୍କୁଟି ଯୋଜନା ବି କେନ୍ଦ୍ର ସରକାରଙ୍କର । ବିଜେଡି ସରକାର-କପି ପେଷ୍ଟରେ ମାଷ୍ଟର ବୋଲି ହହିଛନ୍ତି ଲେଖାଶ୍ରୀ ।
 

କେମିତି କଟିବ
44m ago
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ