ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍
by Argus News
Mon, Apr 22 | 7:28 p.m.

ଅର୍ଗସ ବ୍ୟୁରୋ : ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି କରାଯାଉଛି ବିକ୍ରି । ରାୟଗଡ଼ା ପରେ ନବରଙ୍ଗପୁରରୁ ମିଳିଲା ପ୍ରମାଣ । କାହିଁକି ଓଡ଼ିଶା ଚାଷୀଙ୍କ ଆୟ କମ୍, ଜଣାପଡ଼ିଲା କାରଣ । ମିଲେଟକୁ ପ୍ରୋତ୍ସାହନ ପାଇଁ ନିରନ୍ତର ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପଟେ ବିଜେଡି ସରକାର ପାଲଟିଛି ମିଥ୍ୟା ତଥ୍ୟର ସୌଦାଗର । କ୍ରେଡିଟ୍ ନେବାକୁ ମିଛ କହି ହାତେଇଛନ୍ତି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ପୁରସ୍କାର । ଶରୀରର ପୁଷ୍ଟିସାଧନ ପାଇଁ ଗୁରୁତ୍ବପୂର୍ଣ୍ଣ । ପୁଣି ଏହାର ବହୁଳ ବ୍ୟବହାର ଦ୍ବାରା ଦେଶର ଆଦିବାସୀ ଚାଷୀଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ । ଏଥିପାଇଁ ତ ମିଲେଟକୁ ପ୍ରୋତ୍ସାହନ ପାଇଁ ଲଗାତାର ଉଦ୍ୟମ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମଙ୍କ ଆଗ୍ରହ କ୍ରମେ ଜି-୨୦ ସମ୍ମିଳନୀକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଦିଆଗଲା ମିଲେଟ୍ ପ୍ରସ୍ତୁତ ଖାଦ୍ୟ । ପିଏମଙ୍କ ଉଦ୍ୟମ ଯୋଗୁଁ ହିଁ ସାରା ବିଶ୍ବରେ ଏବେ ବଢ଼ିଛି ମିଲେଟର ଆଦର ଓ ଗ୍ରହଣୀୟତା । 

ଗୋଟିଏ ପଟେ ମିଲେଟକୁ ପ୍ରୋତ୍ସାହନ ପାଇଁ ପିଏମ୍ ମୋଦିଙ୍କ ପ୍ରଚେଷ୍ଟା ନିରନ୍ତର । ଅନ୍ୟପଟେ ମିଲେଟ୍ ମିଶନରେ କ୍ରେଡିଟ୍ ନେବାକୁ ବିଜେଡି ସରକାର ପାଲଟିଛି ମିଥ୍ୟା ତଥ୍ୟର ସୌଦାଗର । ମିଥ୍ୟା ତଥ୍ୟ ଦେଇ ବେଷ୍ଟ ମିଲେଟ୍ ପ୍ରମୋଟିଂ ଷ୍ଟେଟର ଆୱାର୍ଡ ପାଇଛନ୍ତି ଓଡ଼ିଶା ସରକାର । କିନ୍ତୁ ଏବେ ଖୋଲି ଚାଲିଛି ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ଗୁମର । ରାୟଗଡ଼ା ବିଷମକଟକ ପରେ ନବରଙ୍ଗପୁରରୁ ଆସିଛି ପ୍ରମାଣ । କର୍ଣ୍ଣାଟକରୁ ଅଣାଯାଉଛି ମାଣ୍ଡିଆ । ଜାଲିଆତି କରି ଓଡ଼ିଶାର ଚାଷୀଙ୍କ ନାଁରେ କରାଯାଉଛି ବିକ୍ରି । 

ମିଲେଟ୍ ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଏନଜିଓଗୁଡ଼ିକ ମାଧ୍ୟମରେ ୫ ବର୍ଷ ଯାଏଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଅଛି । ନବରଙ୍ଗପୁର ଜିଲ୍ଲାରେ ୨୦୨୩/୨୪ ଖରିଫ ବର୍ଷରେ ୮ ହଜାର ୧୧ ହେକ୍ଟର ଜମିରେ ୧୨ ହଜାର ୨୦ ଜଣ ଚାଷୀ କରିଥିଲେ ମାଣ୍ଡିଆ ଚାଷ । ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରିବା ପାଇଁ "କୃଷକ ସହାୟକ ସଂସ୍ଥା "ଗୋବିନ୍ଦାଳୟ ଆରଏମସି (RMC)କୁ  ଦାୟିତ୍ବ ଦିଆଯାଇଛି । କିନ୍ତୁ ସତ କଥା ହେଲା ନାଁ ଚାଷ ପାଇଁ ମିଳୁଛି ପ୍ରୋତ୍ସାହନ ରାଶି ନାଁ ଚାଷୀଙ୍କଠୁ କିଣାଯାଉଛି ମାଣ୍ଡିଆ । ବାହାର ରାଜ୍ୟରୁ ନିମୟିତ ଆମଦାନୀ କରିବା ପରେ ଶହ ଶହ କ୍ବିଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖାଯାଇ ଓଡ଼ିଶା ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଛି । ଆଉ ସ୍ଥାନୀୟ ଆଦିବାସୀ ଏହି ମାଣ୍ଡିଆ ଚାଷ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି । ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରୋତ୍ସାହନ ଦେବା ପାଇଁ କାମ କରୁଥିବା କେତେକ ଏନଜିଓ ଏବଂ ସ୍ଥାନୀୟ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମିଲେଟ୍ କେଳେଙ୍କାରୀ । ସବୁ ଜାଣି ଶୁଣି ଚୁପ୍ ବସିଛନ୍ତି ବିଜେଡି ସରକାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛିଦିନ ତଳେ ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାରେ ମଧ୍ୟ ଏମିତି ଧରାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିବା ମାଣ୍ଡିଆ ଭର୍ତ୍ତି ଟ୍ରକ୍। ସେ ଘଟଣାରେ ଏ ଯାଏଁ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ପ୍ରକୃତରେ ମିଲେଟ ମିଶନ ସଫଳ ହୋଇଥିଲେ ବହୁଗୁଣିତ ହୋଇଥାନ୍ତା ଆଦିବାସୀ ଚାଷୀଙ୍କ ଆୟ । ଏଥିରୁ ପ୍ରମାଣିତ ହେଉଛି ମିଲେଟ୍ ମିଶନ ନାଁରେ ଭୁଆଁ ବୁଲାଉଛନ୍ତି ବିଜେଡି ସରକାର । 

ଛତିଶଗଡ଼
8m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
26m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ