ରାଜ୍ୟ ସରକାରଙ୍କ ଚୂନମରା ନୀତି : ତାତିଲେ ଲୋକେ, ଭାଙ୍ଗିଲେ ଫଳକ
by Argus News
Mon, Feb 12 | 3:05 p.m.

ଅର୍ଗସ ବ୍ୟୁରୋ : ଚୂନ ମାରି ଟଙ୍କା ଲୁଟି ନେଲେ ରାଜ୍ୟ ସରକାର । ତାତିଲେ ଲୋକେ, ଭାଙ୍ଗିଲେ ଫଳକ । ବିଜୁ ପକ୍କା ଘର ଲେଖାରେ ବୋଳିଲେ କାଳୀ । ପୁଣି ନିରିହ ଆଦିବାସୀ ଲୋକଙ୍କୁ ଧୋକ୍କା ଦେଳେ ନବୀନ ବାବୁ । କନ୍ଧମାଳ ଜିଲ୍ଲାରେ ରାଜ୍ୟସରକର କିଭଳି ନିରୀହ ଅଦିବାସି ମାନଙ୍କୁ ଠକୁଛି, ଦେଖିବାକୁ ମିଳିଛି ଜ୍ବଳନ୍ତ ଉଦାହରଣ । ମିଛ ତ ମିଛ ପୁରା ଡ଼ାହା ମିଛର ପ୍ରଚାର କରୁଛନ୍ତୁ ନବୀନ ବାବୁ  । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ଯୋଜନାକୁ ସାମିଲ କରି ନିଜ ଯୋଜନାର ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ନିରୀହ ଗରିବ ଆଦିବାସୀ ଲୋକ ମାନେ ସୁବିଧାରେ ଘର ଖଣ୍ଡେ କରି ରହିବେ, ସେଥିପାଇଁ କେନ୍ଦ୍ର ସରକାର ଏକ ଲକ୍ଷ ତିରିଶ ହଜାର ଟଙ୍କା ଦେଉଛି । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ନାମକୁ ମିଶାଇ ଫଳକରେ ଲେଖୁଛି । 

 

ଗତକାଲି ଦିନିକିଆ କନ୍ଧମାଳ ଗସ୍ତରେ ବିଜେପି ରାଜ୍ୟ ଉପ ସଭାପତି ଲେଖା ଶ୍ରୀ ସାମନ୍ତ ସିଂହାର ଆସି ଆଦିବାସୀ ମାନଙ୍କ ସହ ବୈଠକ କରି ଆଲୋଚନା କରିବା ସହ ଏହା ସମ୍ପୂର୍ଣ କେନ୍ଦ୍ରୀୟ ଯୋଜନା ଏବଂ ଏଥିରେ ରାଜ୍ୟ ସରକାର ଏକ ଟଙ୍କାର ସାହାଯ୍ୟ ଦେଉ ନାହାନ୍ତି । ତାହେଲେ, କଣ ପାଇଁ ବିଜୁ ପକ୍କା ଘର ଏଥିରେ ରହିବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଆଦିବାସୀ ମହିଳା ପୁରୁଷ ମାନେ ରାଗି ବିରୋଧ କରିବା ସହ, ବିଜୁ ପକ୍କା ଘର ଲେଖା ହୋଇଥିବା ଯୋଜନା ଉପରେ କଳା ବୋଲିଥିଲେ । 

ତେବେ ସ୍ଵାଧୀନତା ଦୀର୍ଘ ଦଶନ୍ଧି ପରେ ଗାଁକୁ ଖଣ୍ଡେ ରାସ୍ତା ନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଏବେବି ଖଟିଆରେ ରୋଗୀ ମାନେ ବୁହା ହେଉଥିବା ବେଳେ, ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ଗାଁରେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିବା ବ୍ୟବସ୍ଥା ଥିବା ବେଳେ, ଦୁଇଟି ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ଗାଁର ଛାତ୍ରଛାତ୍ରୀ ମାନେ । କିନ୍ତୁ ଗାଁ ବିଦ୍ୟାଳୟରେ ମୁଠାଏ ମାଟି ନ ପକେଇ ନବୀନ ଓଡ଼ିଶା ଯୋଜନାରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ତିନି ଲକ୍ଷ୍ୟ ଟଙ୍କା ଆସିଥିବା ଫଳକ ଲଗାଇଥିଲେ । ଯାହାକୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ । 

ଶେଷରେ ପୁରୁଷ ମହିଳା ସମସ୍ତେ ମିଶି ଆଜି ଶାବଳ ରେ ନବୀନ ଓଡ଼ିଶା ସୂଚନା ଫଳକ କୁ ଭାଙ୍ଗି ଦେଇଥିଲେ । ବିଜେପିର ଗାଁକୁ ଚାଲ ଅଭିଯାନର ଜୋରଦାର ପ୍ରଭାବ ପଡିଛି । ପ୍ରକୃତ ସତ୍ୟ ଜାଣିବା ପରେ ରାଜ୍ୟ ସରକାର ଉପରେ ବର୍ଶିଥିଲେ ଗ୍ରାମବାସୀ । କିଭଳି ରାଜ୍ୟ ସରକାର ନିରିହ ଆଦିବାସୀ ମାନଙ୍କ ଠକୁଛନ୍ତି ତାହା ଦେଖିବାକୁ ମିଳିଥିଲା ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ