ନିର୍ବାଚନରେ ପୁଣି ମାଗଣା ଚାଉଳ ଶ୍ରେୟ ନେବାକୁ ବିଜେଡିର ଚାଲାକି
by Argus News
Mon, Apr 29 | 9:01 p.m.

ଅର୍ଗସ ବ୍ୟୁରୋ : ମାଗଣା ଚାଉଳକୁ ନେଇ ପୁଣି ଥରେ ମିଛ ପ୍ରଚାର ଆରମ୍ଭ କରିଛି ବିଜେଡି । ଚାଉଳ ଶ୍ରେୟ ପାଇଁ ଝୋଟ ବ୍ୟାଗ ଷ୍ଟ୍ରାଟେଜି ଫେଲ ମାରିବା ପରେ ଭୋଟ ପୂର୍ବରୁ ମାଗଣା ଚାଉଳକୁ ନେଇ ମିଛ କହିବା ଆରମ୍ଭ କରିଛନ୍ତି ବିଜେଡି ନେତାଏଁ । ନୂଆ ନୂଆ କରି ବିଜେଡିର ପାଓ୍ବାର ସେଣ୍ଟର ତଥା ଦୁଇ ନମ୍ବର ନେତା ସାଜିଥିବା ଭି.କେ ପାଣ୍ଡିଆନ୍ ମୋଦି ଚାଉଳକୁ ନବୀନ ଦେଉଥିବା କହି ମାଗିଛନ୍ତି ଭୋଟ୍  । ମାଲକାନଗିରିର କାଲିମେଳାରେ ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ବିଜେପିକୁ ଟାର୍ଗେଟ କରିବା ସହ ନବୀନ ମାଗଣା ଚାଉଳ ଦେଉଥିବା ଲୋକଙ୍କୁ କହିଥିଲେ । ଯାହାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି କହିଛନ୍ତି ରାଜ୍ୟର ୩ କୋଟି ୨୬ ଲକ୍ଷ ସମେତ ଦେଶର ୮୦ କୋଟି ଲୋକ ମାଗଣା ଚାଉଳ ମିଳୁଛି । ବିଜେଡିର ନୂଆ ନେତା ଯିଏ ଭିଡିଓ ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତା ସାଜିଛନ୍ତି, ସେ ଶ୍ରେୟ ପାଇଁ କାଙ୍ଗାଳିଆ ବିକଳିଆ ହେଉଛନ୍ତି । 

ସେପଟେ ତଥ୍ୟ କହୁଛି ମାତ୍ର ୯ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଇ ୩ କୋଟି ୨୬ ଲକ୍ଷଙ୍କୁ ଚାଉଳ ଦେବାର ଶ୍ରେୟ ନେବାକୁ ମିଛକୁ ସାହାରା କରିଛି ବିଜେଡି । ରାଜ୍ୟ ଖାଦ୍ୟ ସୁରକ୍ଷାର ସ୍ଥିତି ଏମିତି ହୋଇଛି ଯେ ୨୫ ଲକ୍ଷ ହିତାଧୀକାରୀଙ୍କୁ ଚାଉଳ ଯୋଗାଇଦେବାକୁ ଘୋଷଣା କରାଯାଇଥିବା ବେଳେ ମିଳିଥିଲା ମାତ୍ର ୧୮ ଲକ୍ଷ ୩୨ ହଜାର ହିତାଧୀକାରୀଙ୍କୁ ଯାହା ବର୍ତ୍ତମାନ ୯ ଲକ୍ଷରେ ଆସି ପହଞ୍ଚିଛି । 

ଅନ୍ୟପଟେ ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେବାରେ କିପରି ବିଜେଡି ମୁଖିଆ ଓ ତାଙ୍କ ଗୁମାସ୍ତା ମାହିର ତାହାର ଉଦାହରଣ ଦେଖିବାକୁ ମିଳିଛି ପାଣ୍ଡିଆନଙ୍କ କାଲିମେଳା ସଭାରେ । କାଲିମେଳା ନିର୍ବାଚନି ସଭାରେ ଭୋଟରଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନି ସଭାରେ ଲୋକଙ୍କ ଠୁ ଦରଖାସ୍ତ ଆଣିବା ସହ ୭ ଦିନ,୧୫ ଦିନ ଓ ମାସେ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଶ୍ନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଛି । ଏଭଳି ସ୍ଥିତି ରେ ଲୋକଙ୍କ ଠୁ ଦରଖାସ୍ତ ଗ୍ରହଣ ତୁରନ୍ତ ସମାଧାନ କରାଯିବାର ପ୍ରତିଶ୍ରୁତି ପାଣ୍ଡିଆନଙ୍କ ମିଛ କୁ  ପଦାରେ ପକାଇ ଦେଇଛି । ପ୍ରଶ୍ନ ସରଳ ଆଦିବାସୀଙ୍କୁ ବୋକା ଭାବୁଛନ୍ତି କି ପାଣ୍ଡିଆନ । ଭୋଟ ପାଇଁ ଆଦିବାସୀଙ୍କୁ କାହିଁକି ମିଛ ପ୍ରତିଶ୍ରୁତି ଦେଇ ଠକୁଛନ୍ତି ଭୈରବ ପାଣ୍ଡିଆନ । କେବଳ ଚାଉଳ ନୁହେଁ ଏହିଭଳି ଅନେକ ଯୋଜନାରେ ରାଜ୍ୟର ମୋହର ମାରି ଶ୍ରେୟ ନେବାକୁ ବିଜେଡି ବହୁ ପୂର୍ବରୁ କରିଥିବା ଷଡଯନ୍ତ୍ର ହୋଇଛି ପର୍ଦ୍ଦାଫାସ । ଆବାସ ଯୋଜନା,କିଷାନ ସମ୍ମାନ ନିଧି ଭଳି ଅନେକ କେନ୍ଦ୍ରୀୟ ସ୍କିମ୍ ରେ ରାଜ୍ୟର ମୋହର ଲଗାଇ ଶ୍ରେୟ ନେବାକୁ କରାଯାଇଛି ଷଡଯନ୍ତ୍ର ।
 

ଚାଷୀ
ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ଗୁଜରାଟ ମଣ୍ଡି ପରି ରାଜ୍ୟରେ ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି।,ବଢିବ ଚାଷୀଙ୍
ବିଜେଡି-ବିଜେପି
ଥମୁନି ବିଜେଡି-ବିଜେପି କଳି,କେବଳ କ୍ଷମତା ପାଇଁ ବିଜେଡିରେ ନବୀନଙ୍କୁ ମାନୁଥିଲେ ନେତା:ଜୟ ନାରାୟଣ
ଅର୍ଗସ ବ୍ୟୁରୋ: ବିଜେଡି-ବିଜେପି କଳି ଥମିବାର ନାଁ ଧରୁନି। ପ୍ରମିଳାଙ୍କ ପରେ ମୁନ୍ନା କହିଲେ ଲିଙ୍କରେ ଅଛନ୍ତି ୧୪ ବିଜେପି ନେତା। ଜୟ ନାରାୟଣଙ୍କ ପ୍ରତିକ୍ରିୟା କହିଲେ ୨୯ ବେଳକୁ ବିଜେଡ
ଦୀପାବଳି
ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ:ଏଥର ବି ଯବାନଙ୍କ ସହ ଦୀପାବଳି। ଗୁଜରାଟର କଚ୍ଛରେ ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର ପ୍ରତି ସମର୍ପିତ ଯବାନଙ୍କୁ କଲେ ସଲାମ