ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି
by Argus News
Mon, Jul 08 | 12:16 p.m.

ଭୁବନେଶ୍ୱର:  ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି । ସେଇ ରୂପ ରେଖ ସ୍ୱରୂପ ଗତକାଲି ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖ କୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ର ର ନୂଆ ଟିମ ଘୋଷଣା କରାଯାଇଛି । ଏବଂ ଏହା ସହ ଅନ୍ୟ କମିଟି ଗୁଡିକୁ ଖୁବଶୀଘ୍ର ମଧ୍ୟ ଘୋଷଣା କରାଯିବ ।

ଏହି କମିଟି ମାଧ୍ୟମରେ ବିଜେଡି କୁ ଆହୁରି ଅଧିକ ଚଳଚଞ୍ଚଳ କରାଯିବ । ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ଲଢେଇ ଲଢ଼ିଥିଲୁ ଏବଂ ବିକାଶ ଉନ୍ନତି ଯେଉଁ କାମ କରିଥିଲୁ ସେ କାମ ଆମେ ଜାରି ରଖିବୁ । ଯେଉଁଠି ଲୋକଙ୍କ ସ୍ୱାର୍ଥ ରେ ହାନି ଆସିବ ଆବଶ୍ୟକ ପଡ଼ିଲେ ପ୍ରତିବାଦ ର ସ୍ୱର ଉତ୍ତୋଳନ କରିବୁ । ଦୀର୍ଘ ଦିନ ଧରି କମିଟି ଥିଲା ବର୍ତ୍ତମାନ ନୂଆ ରୂପ ରେଖର ସହ ବିଜେଡି କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

INCIDENT
37m ago
ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍
ମୁଖ୍ୟମନ୍ତ୍ରୀ
ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବ
ବେଆଇନ ମଦ
ବେଆଇନ ମଦ ବିରୋଧରେ ଶହଶହ ମହିଳାଙ୍କ ରାଲି
ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।