ମା'ଙ୍କୁ ଡାକିଲେ ଅପମାନିତ କରାଇଲେ
by Argus News
Thu, Feb 22 | 12:31 p.m.

ଅର୍ଗସ ବ୍ୟୁରୋ : ପୁଣି ଉଡ଼ିଲା ସମ୍ମାନର ଧଜିଆ । ମା'ଙ୍କୁ ଡାକିଲେ ଅପମାନିତ କରାଇଲେ । ନବୀନଙ୍କ ଯୋଜନାରେ ଶୋଷଣର ଶିକାର ହୋଇଛନ୍ତି ମହିଳା । ହୋ ହାଲ୍ଲା, ପାଟି ତୁଣ୍ଡ, ମାଡ଼ ଗୋଳ । ପୁଣି ଉଡ଼ିଲା ମା'ଙ୍କ ସମ୍ମାନର ଧଜିଆ । ପୁଣି ମା'ଙ୍କୁ ଡାକି ଅସମ୍ମାନ କଲେ ରାଜ୍ୟ ସରକାର । ଉଠିଲା ପଡ଼ିଲା ଖୋଲା ମଇଦାନ । ବିଚିତ୍ର ରାଜ୍ୟ ସରକାର, ବିଚିତ୍ର ନବୀନଙ୍କ ଯୋଜନା । ଯାହାକୁ ନେଇ ନିଜ ଭିତରେ ହେଲେ ପିଟା ପିଟି ।   

ଆଜି ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା । ଯୋଉଠି ଦେଖିବାକୁ ମିଳିଥିଇଲା ରାଜ୍ୟ ସରକାରଙ୍କ ଅବ ବ୍ୟବସ୍ଥା । ମା' ମାନଙ୍କୁ ପୁଣି ହଇରାଣ ହରକତ କରାଇଲେ ରାଜ୍ୟ ସରକାର । ଯାହାକୁ ନେଇ ରାଗରେ ତାତିଲେ ମିହିଳା । ଆଜି ଲକ୍ଷ୍ମୀ ବସ ଉଦଘାଟନ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଡକାଯାଇଥିଲା । ଏବଂ ସେଠାର ତାଙ୍କର ଖାଇବା ବ୍ୟବସ୍ତା ମଧ୍ୟ କରାଯାଇଥିଲା । ମହିଳା ମାନେ ଖରାରେ ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ନେଉଥିବାର ଦେଖିବାକୁ ମିଳିଥିଲା । ଖୋଲା ପଡ଼ିଆରେ ମା' ମାନେ ଖରା ବସି ଖାଦ୍ୟ ଖାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମା' ମାନେ । କାହା ପାଖରେ ଭାତ ପଡିଲେ ତିଅଣ ପଡୁନି ଦେଖିବାକୁ ମଧ୍ୟ ମିଳିଥିଲା ।  

 

ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ମା' ମାନଙ୍କୁ ଡ଼ାକି ହଇରାଣ ହରକତ କରାଉଛନ୍ତି ରାଜ୍ୟ ସରକାର ? ଯଦି ମା' ମାନଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି । ତାହା ହେଲେ କଣ ପାଇଁ ଡ଼ାକି ଅସମ୍ମାନ କରୁଛନ୍ତି । ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ମୋ ବସର ଶୁଭ ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ୱରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପ୍ରଦୀପ କୁମାର ଅମାତ, କଣ୍ଟାମାଲ ବିଧାୟକ ମହୀଧର ରଣା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହଜାର ହଜାର ମହିଳାଙ୍କୁ ସାମିଲ କରାଯାଇଥିବା ବେଳେ ଖାଇବାରେ ବହୁ ଅବ୍ୟବସ୍ଥା ହୋଇଥିବା ନେଇ ମହିଳା ମାନେ ଅଭିଯୋଗ କରିଛନ୍ତି । 
 

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର