ଯାହାକୁ ଶାଳୀନତା ଜଣାନାହିଁ, ସିଏ ଶାଳୀନତା କଥା କହୁଛି
by Argus News
Mon, May 27 | 9:14 p.m.

ଅର୍ଗସ ବ୍ୟୁରୋ : ବବି ଟ୍ଵିଟକୁ ନେଇ ଏବେ ଭାରି ଚର୍ଚ୍ଚା । ଶାଳୀନତାର ପାଠ ପଢାଉଥିବାରୁ ଚର୍ଚ୍ଚା ଜୋର । ସିଏ ପୁଣି ସୋସିଆଲ ମିଡିଆରେ । ଅବଶ୍ୟ ସେ ଲେଖା ତାଙ୍କର କି ଆଉ କିଏ ଲେଖିକି ଦେଇଛି ତାଙ୍କୁ ପୋଷ୍ଟ କରିବାକୁ ସେ କଥା ଆମକୁ ଜଣାନାହିଁ । କିନ୍ତୁ ବିଜେଡି ନେତାଙ୍କୁ ଶାଳୀନତା କେତେ ଜଣା ? ଏ

ବିଜେଡିରେ କିଏ କହିଲାଣି ହାତ ଲଗାଇବତ ଦେଖିନେବି ତ ଆଉ କିଏ କହିଲାଣି ବିରୋଧୀ ଚୋର । ପୁଣି ଆଉ କିଏ କହିଲାଣି ଦମ୍‌ ଅଛି ତ ଲଢ । ଓଡ଼ିଆ ଭଦ୍ର ଶବ୍ଦକୋଷରୁ ଏ ଭଦ୍ର ଶବ୍ଦ ଏମାନେ କେଉଁଠୁ ଆଣିଲେ ସେ କଥା ସେମାନେ ହିଁ ଜାଣିଥିବେ । କଥା ହେଲା ଆଲୋ ଶଖି ଆପଣ ମହତ ଆପେ ରଖି । ଏହାର ଅର୍ଥ, ନିଜର ଇଜ୍ଜତ ନିଜ ହାତରେ । କିନ୍ତୁ ବବି ବାବୁଙ୍କର ସହଜେ ମିଛ କହିବା ଅଭ୍ୟାସ । ମିଛରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । କାହିଁକିନା ସେ ନିଜେ କଣ ପଢିଛନ୍ତି ଯେତେଥର ନିର୍ବାଚନ ଲଢିଛନ୍ତି ସେତେଥର ନୂଆନୂଆ ତଥ୍ୟ ଦେଇଛନ୍ତି । ତେଣୁ ସେ ମିଛ କୁହନ୍ତି କି ନାହିଁ ସେକଥା ସମସ୍ତେ ଜାଣନ୍ତି । ହେଲେ ବି ଅନ୍ୟକୁ ପରାମର୍ଶ ଦେବାରେ ପଛଘୁଂଚା ଆଦୌ ଦିଅନ୍ତି ନାହିଁ । ପରାମର୍ଶ ଦେବାକୁ ଆମେ ରୋକୁନାହୁଁ । ହେଲେ ଯେଉଁ ପରି ଢଙ୍ଗରେ, ଯେଉଁ ସ୍ଥିତିରେ ସେ ପରାମର୍ଶ ଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଯୁକ୍ତି ସେତେବେଳେ ଭଲଲାଗେ, ଯେତେବେଳେ ଉପଯୁକ୍ତ ତଥ୍ୟପ୍ରମାଣ ଥିବ । ଟିପ୍ପଣୀ ସେତେବେଳେ ଦେବା ଉଚିତ୍‌ ଯେତେବେଳେ ନିଜେ ସୀମା ଲଙ୍ଘି ନଥିବେ । କିନ୍ତୁ ବବିଙ୍କ କ୍ଷେତ୍ରରେ ସେମିତି କିଛି ନାହିଁ । ନିଜେ ସବୁ ସୀମା ପାର କରିଯାଇଛନ୍ତି । ଅଭଦ୍ରାମୀ କିଏ ନିଜ ଦଳର ଲୋକ କରିଲେ ଭଲ, ଅନ୍ୟମାନେ ଉତ୍ତର ଦେଲେ ବବି ତାଙ୍କୁ ପଢାଇବେ ଶାଳୀନତାର ପାଠ । ଏ ସବୁ ଟ୍ଵିଟ ଓ ଭିଡିଓ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ବବିଙ୍କୁ ବିନା ତଥ୍ୟଭିତ୍ତୀକ ଯୁକ୍ତି କରିବା ପସନ୍ଦ ।

ମୋଟ୍‌ ଉପରେ , ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ବବି କଣ କହୁଛନ୍ତି , କଣ ଲେଖୁଛନ୍ତି ସେନେଇ ସେ ନିଜେ ବି କିଛି ଜାଣୁନାହାନ୍ତି । କେବଳ ମେଂଚାଏ ଗପ କହି କେବଳ ଧ୍ୟାନ ଆକର୍ଷଣ କରୁଛନ୍ତି ସତ ହେଲେ ଲୋକଙ୍କ ପାଖରେ ତାହା ଆଦୌ ଗ୍ରହଣୀୟ ହେଉନାହିଁ । ତେବେ ବବିଙ୍କ ଟ୍ଵିଟକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସାଙ୍ଘାତିକ ଟ୍ରୋଲ କରାଯାଉଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ