ବିଜେଡି ନେତାଙ୍କୁ ମଂଚରୁ ଓହ୍ଲାଇ ଦେଲେ ପାଣ୍ଡିଆନ
by Argus News
Thu, May 23 | 9:08 p.m.

ଅର୍ଗସ ବ୍ୟୁରୋ: ବିଜେଡି ସଭାରୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଏମିତି କେମିତି ଓହ୍ଲାଇ ଦେଲେ ବିଜେଡିର ନମ୍ବର ୨ ନେତା ପାଣ୍ଡିଆନ ? ସିଏ ପୁଣି ଭରା ମଂଚରେ, ସମସ୍ତଙ୍କ ସାମ୍ନାରେ । ଆପଣ ବି ଆଉ ଥରେ ଦେଖନ୍ତୁ ଭାଇରାଲ ହେଉଥିବା ସେ ଦୃଶ୍ୟକୁ । କେମିତି ମଂଚରେ ବିଜେଡି ପ୍ରାର୍ଥୀଙ୍କୁ ଓହ୍ଲାଇ ଦେଉଛନ୍ତି ପାଣ୍ଡିଆନ । ସଭାରେ ଏମିତି ବ୍ୟବହାରରେ ଅଣନିଶ୍ଵାସୀ ହୋଇ ମଂଚରୁ ଓହ୍ଲାଇ ପଡୁଛନ୍ତି ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ।

ତାମିଲନାଡୁର ନେତା ଆସି ଓଡ଼ିଶାର କ୍ଷମତା ଅକ୍ତିଆର କରିବାକୁ ଦିବା ସ୍ଵପ୍ନ ଦେଖନ୍ତି । ଖାଲି ସ୍ଵପ୍ନ ଦେଖୁଛନ୍ତି ତାହା ନୁହେଁ ବରଂ ବାସ୍ତବତାରେ ପରିଣତ କରିବାକୁ ଚେଷ୍ଟା ବି କରନ୍ତି । କାରଣ ବିଜେଡି ନେତାଙ୍କ ଲାଗି ସେ ଯେମିତି ଭାବରେ ପ୍ରଚାର କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡିର ସର୍ବେସର୍ବା ହେବାକୁ ସେ ପ୍ରତି କ୍ଷଣରେ ଚେଷ୍ଟା କରୁଛନ୍ତି । ପ୍ରଥମେ ଚାକିରି କରିଥିବା ବେଳେ ଦଳୀୟ କଥା ବୁଝିଲେ, ପରେ ପରେ ସ୍ଵେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଲେ । ଏହା ପରେ ବି ସରକାରୀ ଦପ୍ତର କଥା ବୁଝିବାରେ କୌଣସି ଅବହେଳା କଲେନି । ଜାଣିଶୁଣି କ୍ଷମତାର ଦୁରୁପଯୋଗ ବି କଲେ । କ୍ଷମତାର ଅନ୍ଧ ଗଳିରେ ସେ ଏମିତି ଅନ୍ଧ ହୋଇଗଲେ ଯେ ଓଡ଼ିଆ ନେତାଙ୍କୁ ହୀନିମାନ ନଜରରେ ଦେଖିଲେ । କେତେବେଳେ ମଂଚରେ ଆଉ କାହାକୁ କହିବାକୁ ସୁଯୋଗ ଦେଲେନି ତ ଆଉ କେତବେଳେ ମାଇକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ । ହେଲେ ଚିଲିକାରେ ସେ ଯେଉଁ ପରି ଭାବରେ ବ୍ୟବହାର ଦେଖାଇଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଓଡ଼ିଆଙ୍କୁ ବେଜିତ କରିବାରେ ପାଣ୍ଡିଆନ ସିଦ୍ଧହସ୍ତ । 

ପ୍ରତି ମୁହୂର୍ତ୍ତରେ ସୀମା ପାର କରୁଛନ୍ତି ପାଣ୍ଡିଆନ । ନବୀନଙ୍କ ପାଖରେ ରହିଥିବାରୁ ମନେ ମନେ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି । ଖାଲି ଭାବୁଛନ୍ତି ତାହା ନୁହେଁ ବରଂ ପାୱାର ବି ୟୁଜ କରୁଛନ୍ତି । ପୂର୍ବରୁ ଯାହା ତ କରୁଥିଲେ କରୁଥିଲେ ହେଲେ ଏବେ ସର୍ବସାଧାରଣଙ୍କ ସାମ୍ନାରେ ବିଜେଡି ନେତାଙ୍କୁ ବେଜିତ କରୁଛନ୍ତି ତାହାକୁ ସହଜରେ ଦଳୀୟ ନେତା ତ ଗ୍ରହଣ କରୁନାହାନ୍ତି ସାଧାରଣ  ଜନତା ବି ଗ୍ରହଣ କରିବେ କେମିତି ? କଥା ହେଲା ନେତା ହେବା ପାଇଁ ପାଣ୍ଡିଆନ ବ୍ୟାକୁଳ, ହେଲେ କେମିତି ବ୍ୟବହାର କରାଯାଏ ତାହା ଗ୍ରହଣ କରିବାକୁ ନା ତାଙ୍କର ଇଚ୍ଛା ଅଛି ନା ଧୈର୍ଯ୍ୟ ଅଛି । ତେବେ ସମୟ କହିବ ଏ ଅଭଦ୍ରାମୀର ଜବାବ ଭୋଟର ଭାଇ ଓ ଭଉଣୀ ମାନେ କେମିତି ଦେଉଛନ୍ତି ?
 

ତିହାର ଜେଲରୁ ମୁକୁଳି
ତିହାର ଜେଲରୁ ମୁକୁଳି ପାରିବେନି ଅରବିନ୍ଦ କେଜ୍ରିୱାଲ
ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତ
ଅନ୍ତର୍ଜାତୀୟ କ୍ରିକେଟର
ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ
ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲର
ଲୋକସଭାରେ ରାହୁଲ
ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା: ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍