ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ
by Argus News
Tue, Jun 25 | 10:39 p.m.

ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳର ଯାତ୍ରା ଆଫଗାନିସ୍ତାନର ବିଜୟ ସହିତ ଶେଷ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଥିବାବେଳେ ଭେଟେରାନ କ୍ରିକେଟର ଡେଭିଡ ଓ୍ବାର୍ନର ଅବସର ଘୋଷଣା କରିଛନ୍ତି। ୧୫ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଓ୍ବାର୍ନରଙ୍କ ସମାପ୍ତ ହୋଇଛି। ଡେଭିଡ ପୂର୍ବରୁ ଏକଦିବସୀୟ ଏବଂ ରେଡ ବଲ ଫର୍ମାଟରୁ ଅବସର ନେଇଥିଲେ।

ତେବେ ୩୭ବର୍ଷୀୟ ଡେଭିଡ ଓ୍ବାର୍ନର ଏହା ତାଙ୍କର ଶେଷ ଟି-୨୦ ବିଶ୍ବକପ ହେବ ବୋଲି ଘୋଷଣା କରିସାରିଥିଲେ। ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ବକପରୁ ବିଦା ହେବାପରେ ବର୍ତ୍ତମାନ ସିନିୟର କ୍ରିକେଟରଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇଛି। ଯଦି ଆଜି ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ହରାଇଥାନ୍ତେ ତେବେ କଙ୍ଗାରୁ ଦଳ ସେମିଫାଇନାଲକୁ ଯାଇପାରିଥାନ୍ତେ। ଏହା ଡେଭିଡ ଓ୍ବାର୍ନରଙ୍କୁ ମ୍ୟାଚ ଖେଳିବାର ସୁଯୋଗ ଦେଇଥାନ୍ତା, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ଯାତ୍ରା ବାଂଲାଦେଶର ପରାଜୟ ସହିତ ସମାପ୍ତ ହୋଇଛି।  
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ