ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି
by Argus News
Fri, May 24 | 9:47 p.m.

ଅର୍ଗସ ବ୍ୟୁରୋ: ଷଷ୍ଠପାଳିରେ ନବୀନ ମୁଖ୍ୟମନ୍ତ୍ରୀ ହେବା କଥା ମିଛ ! ଏଥର ନବୀନ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି ବରଂ ତାଙ୍କ ବଦଳରେ ପାଣ୍ଡିଆନ ଦମ୍ପତ୍ତି ଶାସନ ହାଇଜାକ କରିବେ । ଏ କଥା ଆମେ ନୁହେଁ ବରଂ ବିଜେଡି ନେତା କହିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା । 

ଓଡ଼ିଆ ସ୍ଵାଭିମାନର ବିବାଦ ଭିତରେ ସାମ୍ନାକୁ ଆସିଲା ବିଜେଡିର ଓଡ଼ିଆ ଅସ୍ମିତାକୁ ବଡ଼ ଧୋକା। ଅର୍ଗସର କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ସାଙ୍ଘାତିକ ବୟାନ । କହିଲେ, ନବୀନ ନୁହେଁ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତା ହେବେ ମୁଖ୍ୟମନ୍ତ୍ରୀ…ଆଉ ଜଣେ ବିଜେଡି ନେତ୍ରୀଙ୍କ ଅହଂକାର…କହିଲେ, ମହାପ୍ରଭୁ ଜଗନ୍ନାଥଙ୍କୁ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏମାନେ ଏମିତି କେମିତି କହିଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଲାଣି ।

ଚର୍ଚ୍ଚା ଯାହା ହେଉଥିଲା ତାହା ସତ ପ୍ରମାଣିତ ହେଲା । ଅର୍ଥାତ୍‌ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେଣି ବିଜେଡି ନେତା । ବିଜେଡି ନେତାଙ୍କ ଏମିତି ବୟାନ ପରେ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ବିରୋଧର ସ୍ଵର । କଥା ହେଲା, ମୂଳରୁ ସନ୍ଦେହ , ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ୍ । ୨୫ ବର୍ଷର ମୁଖ୍ୟମନ୍ତ୍ରୀଙ୍କର ଦୁର୍ବଳତାର ସୁଯୋଗ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଛାଇଛନ୍ତି ମାୟାଜାଲ ।

ଦଳ , ସରକାର, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧିପତ୍ୟ ସହ ଦଳର ତୁଙ୍ଗ ନେତାଙ୍କୁ ଟେଣ୍ଟ ବାନ୍ଧିବା, ଟ୍ରାଫିକ୍ ସମ୍ଭାଳିବା,  ବିଜେଡି ନେତ୍ରୀଙ୍କ ମହାପ୍ରଭୁ ବନାମ ନବୀନଙ୍କ ମାମଲାରେ ଗୌଣ କରିବା ପୂର୍ବରୁ ଦଳର ଅନେକ ତୁଙ୍ଗ ନେତା ନବୀନଙ୍କୁ ତୁଳନା କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ସହ ଏବେ ରାଜରାସ୍ତାରେ ଜନତା ଜନାର୍ଦ୍ଦନଙ୍କ ରାଜ ବିଜେଡି ନେତାଙ୍କ ଏପରି ଓଡିଆ ସ୍ୱାଭିମାନ୍ , ସଂସ୍କୁତି, ପରିଚୟ ବିରୋଧୀ ଆଭିମୁଖ୍ୟ ଉପରେ କେମିତି ପ୍ରକାଶ କରୁଛନ୍ତି କ୍ଷୋଭ ଓ କୋହ । ଓଡିଆ ଜାତି ଆଜି ଦିନରେ ଭୌତିକ ଦୃଷ୍ଟିରୁ ସମ୍ପନ୍ନ ନହେଲେ ବି ସ୍ୱାଭିମାନ୍ , ସଂସ୍କୁତି , ଅସ୍ମିତା ଓ ମହାପ୍ରଭୁଙ୍କ ପାଇଁ ସମର୍ପିତ । 

କଥା ହେଲା ଅନେକ ଦିନ ହେଲାଣି ଚର୍ଚ୍ଚା ହେଉଛି କି ପାଣ୍ଡିଆନ, ଫନ୍ଦି କରି ଶାସନ କ୍ଷମତା ହାଇଜାକ କରିବାକୁ ଚକ୍ରାନ୍ତ କରିଛନ୍ତି । କିନ୍ତୁ ଦଳୀୟ ନେତା ଏନେଇ ମୁହଁ ଖୋଲୁନଥିଲେ । ହେଲେ କାର୍ଯ୍ୟକ୍ରମରେ ବିଜେଡି ନେତା ସତ କହିଥିବାରୁ ଚର୍ଚ୍ଚା ହେବା ସ୍ଵାଭାବିକ କଥା ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ