ପାଣ୍ଡିଆନଙ୍କର ଯାଉନି ବାବୁଠାଣୀ
by Argus News
Wed, Apr 17 | 7:57 p.m.

ଅର୍ଗସ ବ୍ୟୁରୋ : ବିଜେଡି ନେତା ପାଣ୍ଡିଆନଙ୍କର କମୁନି ବାବୁଠାଣୀ । ଚାକିରି ଗଲା, ପଦ ଗଲା...ହେଲେ ପାୱାରର ମୋହ ଛାଡି ପାରୁନାହାନ୍ତି ସିଏ । ସେଇଥି ଲାଗି ତ ଗତକାଲି କଟକ ମେଡ଼ିକାଲରେ ପହଞ୍ଚିବା ପରେ ନେତାଙ୍କ ପଛେ ପଛେ ଏମିତି ଧାଇଁଥିଲେ ବଡ ଅଫିସର । କିନ୍ତୁ ବିଜେଡି ନେତାଙ୍କ ପଛରେ ଅଫିସରମାନେ କାହିଁକି ଧାଇଁଥିଲେ ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ଯେଉଁ ଅଫିସରମାନେ ବିଜେଡି ନେତାଙ୍କ ସେବାରେ ବ୍ୟସ୍ତ ଅଛନ୍ତି ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ବି ଏବେ ପ୍ରଶ୍ନ ଘେରରେ । 

ବିଜେଡି ନେତା ତଥା ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ଯାଜପୁର ବସ ଦୁର୍ଘଟଣାରେ ଆହତଙ୍କୁ ଭେଟିବାକୁ ଗତକାଲି ଏସସିବି ମେଡିକାଲ ଯାଇଥିଲେ ଭି.କେ ପାଣ୍ଡିଆନ । ହେଲେ ସେହି ଗସ୍ତ ସମୟରେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ, କଟକ ଏସସିବିର ଜଣେ ଡାକ୍ତର ଓ କଟକ ଚୌଦ୍ଵାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ଵାଳ । ହେଲେ ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ ହୋଇଥିବା ପରେ ବି ବିଜେଡି ନେତାଙ୍କ ସହ ଅଫିସର କେମିତି ରହିଲେ ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ସାଧାରଣ ନିର୍ବାଚନ ଲାଗି ରାଜ୍ୟରେ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । କିନ୍ତୁ ଏହି ନିୟମକୁ ସତେ ଯେମିତି ମାନିବାକୁ ରାଜି ନାହାନ୍ତି ପାଣ୍ଡିଆନ । କାରଣ ପାଣ୍ଡିଆନଙ୍କ ଗସ୍ତ ଲାଗି କଟକ ଏସସିବିରେ କମିଶନରେଟ ପୋଲିସ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଖାଲି ଏତିକି ନୁହେଁ ବରଂ ପ୍ରଶ୍ନ କରିଛି, ବିଜେଡି ନେତା ପାଣ୍ଡିଆନଙ୍କ ସଙ୍ଗେ କାହିଁକି ଗଲେ ବାବୁ ? କାହିଁକି ବିଜେଡି ନେତାଙ୍କୁ ଏମିତି ସୁରକ୍ଷା ଦିଆଯାଇଛି ? କଣ ପାଇଁ ଏତେ ଆତିଥ୍ୟ ? 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଥମିବାରେ ନା ନେଉନି ବିବାଦ । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିବାଦ ସେତିକି ସେତିକି ବଢୁଛି । ଏମିତିକି ବିଜେପିର ଅଭିଯୋଗ ପରେ ତାଙ୍କର ପଦବୀ ଯିବା ସହିତ ଫାଇଭ-ଟି ୱେବସାଇଟରୁ ସବୁ ତଥ୍ୟ ବ୍ଲାଙ୍କ କରିଦେଇଥିଲେ ସରକାର । କିନ୍ତୁ ଗତକାଲି ପାଣ୍ଡିଆନଙ୍କୁ ଯେମିତି ଭାବରେ ପୋଲିସ ସୁରକ୍ଷା ଦିଆଗଲା ତାହାକୁ ନେଇ ଏବେ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ରାଜ୍ୟ ସରକାର ।
 

HOROSCOPE
14m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
19m ago
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
40m ago
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ