ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
by Argus News
Tue, May 21 | 8:17 a.m.

ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳି କାଟି ପକାଉଛି ଏଇ ସ୍ୱାର୍ଥପର ମଣିଷ । ରାସ୍ତା ପ୍ରଶସ୍ତିକରଣ ନାଁରେ ନୟାଗଡ଼ ଠାରୁ ରଣପୁରକୁ ସଂଯୋଗ କରୁଥିବା ରାସ୍ତାରୁ ଏବେ ଦୈନିକ କଟାଯାଉଛି ଶହ ଶହ ଗଛ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରିବା ସହ ଏହି ଗଛ ସବୁକୁ ନିର୍ମମ ଭାବେ ନ କାଟି ସ୍ଥାନାନ୍ତରିତ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି l 

ପୁରୀ-ନୟାଗଡ଼ ବାଇପାସ୍ ରାସ୍ତା ସଂଯୋଗ ପାଇଁ ନୟାଗଡ଼ରୁ ରଣପୁର ସଂଯୋଗ କରୁଥିବା ଏହି ରାସ୍ତାରେ ଏବେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ବିଶାଳକାୟ ଗଛ ବଳିପଡିଲାଣି । ତେବେ ରାସ୍ତା ପ୍ରଶସ୍ଥିକରଣ କାର୍ଯ୍ୟପାଇଁ ଆଗକୁ ଆହୁରି ଅନେକ ଗଛ ବଳିପଡିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ହେଲେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାସ୍ତା ପ୍ରଶସ୍ଥିକରଣ ଜରୁରୀ ହୋଇଥିବାବେଳେ ବିନା ନୂଆ ଚାରାରୋପଣରେ ଏତେ ସଂଖ୍ୟାରେ ଗଛ କାଟିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ସେପଟେ ନୂଆ ପ୍ରଣାଳୀରେ ଗଛକୁ ନକାଟି ସ୍ଥାନାନ୍ତରିତ କରାଯିବା ସହ ନୂଆ ଗଛ ଲଗାଇବା ପରେ ପୁରୁଣା ଗଛ କଟାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । 

ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ସରକାର କୋଟି କୋଟି ଟଙ୍କାର ରାଜସ୍ବ ସାରୁଥିବାବେଳେ ବର୍ଷ ବର୍ଷର ପୁରୁଣା ଗଛକୁ ଏଭଳି ଅବାଧରେ ନକାଟି କାହିଁକି ଆଧୁନିକ ପ୍ରଣାଳୀରେ ସ୍ଥାନାନ୍ତରିତ କରାନଯିବ ସେନେଇ ପରିବେଶ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜଙ୍ଗଲ ବିଭାଗ ମଧ୍ୟ ଏହି ରାସ୍ତା ପାର୍ଶ୍ୱରେ ଅଧିକରୁ ଅଧିକ ନୂଆ ଗଛ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ଆଜିଠାରୁ ଏକମାସ
52m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି