ସରକାରୀ ନିୟମକୁ ଭାଙ୍ଗିଲେ ପାଣ୍ଡିଆନ
by Argus News
Mon, May 27 | 8:53 p.m.

ଅର୍ଗସ ବ୍ୟୁରୋ : ଆକାଶରେ ଉଡ଼ିଉଡ଼ି ଆସିଲେ, ସଭା ମଂଚରେ ଲମ୍ବା ଚଉଡା ଭାଷଣ ଦେଲେ । ହେଲେ ଏହି ସଭା ପାଇଁ ଦରକାର ଥିବା ଅନୁମତି ନେଇନଥିଲେ ପାଣ୍ଡିଆନ । ପାର୍ଟି ପାୱାରରେ ଥିବାରୁ ମନଇଚ୍ଛା ସଭାସମିତି କରୁଛନ୍ତି ପାଣ୍ଡିଆନ । କିନ୍ତୁ ହାଇସ୍କୁଲ ପଡ଼ିଆରେ ସେ ବିନା ଅନୁମତିରେ କେମିତି ସଭା କଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି କି, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଧମକ ଦିଆଯାଇ ସ୍କୁଲ ପଡିଆରେ ସଭା କରାଯାଇଛି । ଯଦି ଅଭିଯୋଗ ସତ ହୋଇଥାଏ ତାହାଲେ ସାଙ୍ଘାତିକ ।

ପୂରା ଦେଶରେ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । ନିୟମ ଅନୁସାରେ ଦଳୀୟ ନେତା ଯେଉଁ ସ୍ଥାନରେ ନିର୍ବାଚନୀ ସଭା କରିବେ , ପ୍ରଥମେ ଆବଶ୍ୟକୀୟ ଅନୁମତି ନେବେ । ହେଲେ ବିଜେଡିର ନମ୍ବର-୨ ନେତା ପାଣ୍ଡିଆନ ବୋଧହୁଏ ନିୟମ ବାହାରେ । କାରଣ ଗତ ୨୦ ତାରିଖରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅପରାହ୍ନରେ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ବିଜେଡି ସଭା କରିଥିଲା । ତାହା ପୁଣି ହାଇସ୍କୁଲ ପଡିଆରେ । ସଭା କରିବା ଅପରାଧ ଆମେ ଆଦୌ କହୁନାହୁଁ । ହେଲେ ବିନା ଅନୁମତିରେ କେମିତି ହାଇସ୍କୁଲ ପଡିଆରେ ସଭା ହେଲା ସେନେଇ ପ୍ରଶ୍ନ ଉଠାଇଲେଣି ବିରୋଧୀ । ଅଭିଯୋଗ ହୋଇଛି, କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ କିମ୍ବା ଜନସଭା ଆଗରୁ Single Window ବ୍ୟବସ୍ଥାରେ ଅନଲାଇନ ଆବେଦନ କରିବାକୁ ପଡ଼େ । ଅନୁମତି ମିଳିବା ପରେ ସଭା ହୁଏ । ହେଲେ ପାଣ୍ଡିଆନଙ୍କ କ୍ଷେତ୍ରରେ ସେମିତି କିଛି ହୋଇନଥିଲା ।

ସରକାରୀ ନିୟମ ଅନୁସାରେ, ସ୍କୁଲର ଖେଳ ପଡିଆକୁ ରାଜନୈତିକ ସଭାରେ ବ୍ୟବହାର କରାଯିବ ନାହିଁ । ହେଲେ ଏଇଠି କେମିତି ହେଲା ? ଖୋଳତାଡ଼ କରିବା ପରେ ଜଣାପଡିଛି କି, ସଭା ପାଇଁ କୌଣସି ଲିଖିତ ଅନୁମତି ଦିଆଯାଇନାହିଁ । କେବଳ ଚାପରେ ପଡି ପ୍ରଧାନଶିକ୍ଷୟିତ୍ରୀ ମୌଖିକ ଭାବରେ ଅନୁମତି ଦେଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ସୁରମା ମହାପାତ୍ରଙ୍କ ଫୋନ କଲରୁ ସ୍ପଷ୍ଟ ହୋଇଛି । ଏପଟେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, କାର୍ଯ୍ୟକ୍ରମ ଲାଗି ଆମେ କୌଣସି ଅନୁମତି ଦେଇନାହୁଁ, ଏନେଇ ସେ ମଧ୍ୟ କିଛି ଜାଣିନାହାନ୍ତି ।

ମୋଟ୍‌ ଉପରେ, ବିଜେଡି ଦୀର୍ଘ ୨୫ ବର୍ଷ ହେଲାଣି ଶାସନ କ୍ଷମତାରେ ରହିଥିବାରୁ ସରକାରୀ ନିୟମକୁ ଖାତିର କରୁନଥିବା ଅନେକ ସମୟରେ ଅଭିଯୋଗ ହେଉଛି । ଖାଲି ଅଭିଯୋଗ ହେଉଛି ତାହା ନୁହେଁ ବରଂ କେନ୍ଦ୍ରାପଡା ଡେରାବିଶରେ ଯେଉଁ ଘଟଣା ଘଟିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ନିୟମ ମାନିବାକୁ ପାଣ୍ଡିଆନ ଆଦୌ ଆଗ୍ରହୀ ନାହାନ୍ତି । ତେବେ ସମୟ କହିବ କେବେ ନିର୍ବାଚନ କମିଶନ ଏନେଇ ଗ୍ରହଣ କରୁଛନ୍ତି କାର୍ଯ୍ୟାନୁଷ୍ଠାନ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ